କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ବାଧିନ ଫେଡରେସନ ମାନଙ୍କ ମିଳିତ ଧର୍ମଘଟ

ଆଜି କେନ୍ଦ୍ରୀୟ ଟ୍ରେଡ ୟୁନୀୟନ୍ ଓ ସ୍ବାଧିନ ଫେଡରେସନ ମାନଙ୍କ ମିଳିତ ଭାବେ ୧୭ଗୋଟି ଦାବୀକୁ ନେଇ ଆଜି ସାରା ଭାରତ ବର୍ଷରେ ଧର୍ମଘଟ ଡାକରା ଦିଆଯାଇଛି। ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ସମସ୍ତ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଗାଡିଘୋଡା, ସ୍କୁଲ ଅଫିସ୍, ବେସରକାରୀ ସଂସ୍ଥା ଶିଳ୍ପାନୁଷ୍ଠାନ ଗୁଡିକୁ ବନ୍ଦ୍ କରାଯାଇଛି, ମେଡିକାଲ୍ ସେବା କୁ ଛାଡ଼ି ପ୍ରାୟ ଅନ୍ୟ ସବୁ ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ୍ ରହିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଚମ୍ପୁଆ ଯୋଡ଼ା ବଡ଼ବିଲ ଆଦି ଅଞ୍ଚଳରେ ନାରାବାଜି କରିବା ସହ ଦୋକାନ ବଜାର ଓ ଗାଡ଼ି ଗୁଡ଼ିକୁ ଅଟକାଇବା ସହ ରାଜରାସ୍ତାକୁ ଅବରୋଧ କରଯାଇଥିବା ଦେଖିବାକୁ ମିଳିଛି। ବିଶେଷ ଭାବରେ ଖଣି ଅଞ୍ଚଳରେ ଏହାର ପ୍ରଭାବ ବେଶ୍ ଦେଖିବାକୁ ମିଳିଛି। କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଉଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



