ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଘରେ ରେଡ୍ ହୋଇଛି । ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା ।
୩ ଦିନ ଧରି ଭିଜିଲାନ୍ସ ଟିମ ତାଙ୍କୁ ନଜରରେ ରଖିଥିବା ସୂଚନା ମିଳିଛି । ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ଆଶ୍ରିବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡା ଘରେ ପହଂଚି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତାଙ୍କୁ ନୂଆପଡା ଜିଲ୍ଲାକୁ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

