ଭୂବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ବୁଧବାର ଦିନ ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଜଡିତ ବରିଷ୍ଠ ଅଧିକାରୀଙ୍କ ବଦଳି ଘୋଷଣା କରିଛନ୍ତି।
ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅଭିଯାନର ଅତିରିକ୍ତ ନିର୍ଦ୍ଦେଶକ (ଏଡିଜି) ଭାବରେ ନିଯୁକ୍ତି ଦିଆଯାଇଛି।
ପୂର୍ବରୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (BPSPA)ର ତାଲିମ ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ସଞ୍ଜୀବ ପଣ୍ଡା ବର୍ତ୍ତମାନ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଏବଂ ନକ୍ସଲ ବିରୋଧୀ ଅଭିଯାନ ତଦାରଖ କରିବେ। ସେନେଇ ସିଧାସଳଖ ଓଡ଼ିଶାର ଡିଜିପିଙ୍କୁ ରିପୋର୍ଟ କରିବେ।ସେହିପରି ୨୦୦୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅନୁପ କୁମାର ସାହୁ, ତାଲିମ ଆଇଜିପି, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ BPSPAର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ।ସେହିପରି କୋରାପୁଟର ଏସଡବ୍ଲୁଆର ପୋଲିସ ଡିଆଇଜି ଅଖିଳେଶ୍ୱର ସିଂହ (RR ୨୦୦୯), ପୋଲିସ ଡିଆଇଜି, ଏସଡବ୍ଲୁଆର, କୋରାପୁଟ, ତୁରନ୍ତ ପ୍ରଭାବରୁ ଭୁବନେଶ୍ୱରର ଏସଡବ୍ଲୁ ପୋଲିସ ଡିଆଇଜି ଭାବରେ ବଦଳି ଏବଂ ପୋଷ୍ଟିଂ କରାଯାଇଛି।କନୱାର ବିଶାଲ ସିଂହ (RR 2010), ଯିଏକି DIG, SIW, ଭୁବନେଶ୍ୱର ଥିଲେ। ତାଙ୍କୁ ବର୍ତ୍ତମାନ କୋରାପୁଟ DIG, SWR ଭାବରେ ନିଯୁକ୍ତ କରାଯାଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

