କମୁନି ଓଡି଼ଆ ଫିଲ୍ମ ‘ବୋଉ ବୁଟୁ ଭୂତ’ କ୍ରେଜ । ଫିଲ୍ମ ଦିନକୁ ଦିନ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ବର୍ତ୍ତମାନ ‘ବୋଉ ବୁଟୁ ଭୂତ’ ସହ ‘ଅନନ୍ତା’ ପରଦାରେ ରିଲିଜ ହୋଇଥିବା ବେଳେ ଗତ ୪ ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଫିଲ୍ମ ‘ନବକେଳବର’ ମଧ୍ୟ ରିଲିଜ ହୋଇଛି ।
ଫଳରେ ପରଦାରେ କଡା ଟକ୍କର ଦେଖିବାକୁ ମିଳିଛି ।ତେବେ ‘ବୋଉ ବୁଟୁ ଭୂତ’ ଜଲୱା କମୁନାହିଁ । ଲୋକେ ଫିଲ୍ମକୁ ବେଶ ପସନ୍ଦ କରୁଥିବା ବେଳେ ଥିଏଟରେ ଏବେ ବି ଜମୁଛି ଭିଡ଼ ।କେବଳ ଏତିକି ନୁହେଁ ଫିଲ୍ମ ପ୍ରଶଂସା ସହ ରୋଜଗାର ମଧ୍ୟ କୋଟି କୋଟି ଟଙ୍କା କରି ସଫଳତା ହାତେଇଛି । ଫିଲ୍ମ ରିଲିଜର 25 ଦିନରେ ପାଖାପାଖି 20 କୋଟି ଆୟ କରି ସର୍ବାଧିକ ଆୟ କରିଥିବା ଓଡ଼ିଆ ଫିଲ୍ମ ହୋଇଛି ।ବାବୁସାନ ମହାନ୍ତି ଷ୍ଟାରର ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’ ରିଲିଜ ଦିନ ଠାରୁ ଲୋକଙ୍କ ମନ ଜିତିଆସୁଛି । ଏହି ଫିଲ୍ମ ଏପର୍ଯ୍ୟନ୍ତ ଥିଏଟରରେ ନିଜର ଦବଦବା ବଜାୟ ରଖିଥିବା ବେଳେ ଲୋକେ ଫିଲ୍ମ ଦେଖିବାକୁ ଏବେ ବି ଉତ୍ସାହିତ । ସମସ୍ତ ଶୋ’ ଫୁଲ ରହୁଥିବା ବେଳେ ଲୋକେ ଫିଲ୍ମର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ନିର୍ମାତା ସିନେ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି । ନିର୍ମାତା ଫିଲ୍ମର ଟିକେଟ ମୂଲ୍ୟ ହ୍ରାସ କରିଛନ୍ତି । କେତେ ଟଙ୍କା ରହିଛି ଟିକେଟ ମୂଲ୍ୟ ? ଜାଣନ୍ତୁ,’ବୋଉ ବୁଟୁ ଭୂତ’ ଟିକେଟ ମୂଲ୍ୟ ହ୍ରାସ’ବୋଉ ବୁଟୁ ଭୂତ’ ଜୁନ 12ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଫିଲ୍ମ ରିଲିଜକୁ 30 ଦିନ ପୂରିଛି ଏବଂ ଏଯାଏଁ ଫିଲ୍ମ ଥିଏଟରରେ ବଜାୟ ରହିଛି । ଏହି 30 ଦିନ ପୂର୍ତ୍ତି ନେଇ ଫିଲ୍ମକୁ ସେଲିବ୍ରେଟ କରିଛନ୍ତି ନିର୍ମାତା । ଏନେଇ ଫିଲ୍ମର ଟିକେଟ ମୂଲ୍ୟ ହ୍ରାସ କରିଛନ୍ତି । ମାତ୍ର 99 ଟଙ୍କାରେ ଫିଲ୍ମ ଦେଖିପାରିବେ । ଏହି ଅଫର୍ ମାତ୍ର ଆଜି ପାଇଁ ସୀମିତ ।ବାବୁସାନ ଏନେଇ ବୁଧବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିସୂଚନା ଦେଇଛନ୍ତି । ସେ ସେୟାର କରିଥିବା ପୋଷ୍ଟରର କ୍ୟାପସନରେ ଲେଖିଛନ୍ତି, ‘ବୋଉ ବୁଟୁ ଭୂତ’ ମୁକ୍ତିଲାଭ କରିବାର 30ଟି ଶକ୍ତିଶାଳୀ ଦିନ ପାଳନ କରୁଥିବା ସମୟରେ, ଆସନ୍ତୁ ଆଜି BBBday ସହ ଏହାକୁ ଆହୁରି ସ୍ୱତନ୍ତ୍ର କରିବା । ମାତ୍ର 99 ଟଙ୍କାରେ ସାରା ଓଡ଼ିଶାର ସମସ୍ତ ସିଙ୍ଗଲ୍ ସ୍କ୍ରିନରେ Bou Buttu Bhuta ଦେଖନ୍ତୁ – କେବଳ ଗୋଟିଏ ଦିନ ପାଇଁ ।’ବୋଉ ବୁଟୁ ଭୂତ’ ଫିଲ୍ମ କଲେକ୍ସନ ବିଷୟରେ କହିବାକୁ ଗଲେ, ‘ବୋଉ ବୁଟୁ ଭୂତ’ 51.2 ଲକ୍ଷ ସହ ଓପନିଂ କରିଥିଲା । ରିଲିଜର 25 ଦିନ ଅର୍ଥାତ୍ 4ର୍ଥ ସପ୍ତାହରେ ଫିଲ୍ମ ମୋଟ 17.81 କୋଟି ଆୟ କରି ଇତିହାସ ରଚିଥିଲା । ‘ବୋଉ ବୁଟୁ ଭୂତ’ ଫିଲ୍ମ ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ବନିପାରିବା ସହ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି ।
‘ବୋଉ ବୁଟୁ ଭୂତ’ ଫିଲ୍ମ ବିଷୟରେ କହିବାକୁ ଗଲେ, ବାବୁସାନ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’। ଏଥିରେ ବାବୁସାନ ବ୍ୟତୀତ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅପରାଜିତାଙ୍କୁ ଦେଖିବାକୁ ମିଳିଛି । ଏଥିସହ ଏଥିରେ ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ତାଙ୍କ ପ୍ରଥମ ଗୀତ ‘ଲାଲ ଟୁକ ଟୁକ’ ଗାଇଛନ୍ତି ।ସେହିପରି ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ । ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଡିଓପି ଅଛନ୍ତି ରୁଦ୍ରକାନ୍ତ ସିଂ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ ଜେନା । ପ୍ରକାଶ ଫିଲ୍ମସ ଏହାର ବିତରଣ ଦାୟିତ୍ୱ ବହନ କରିଛନ୍ତି ।



