ଓଡ଼ିଶା ଛତିଶଗଡ ସୀମାରେ ଥିବା ବୋର୍ଡର ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀ ଶାଖା ତରଫରୁ ରାଷ୍ଟ୍ରୀୟ ବିଦ୍ୟାର୍ଥି ଦିବସ ପାଳନ

କଳାହାଣ୍ଡି ଧର୍ମଗଡ ୧୧/୦୭ ଧର୍ମଗଡ ନଗର ଅନ୍ତର୍ଗତ ଓଡିଶା ଛତିଶଗଡ ସୀମା ରେ ଅବସ୍ଥିତ ବୋର୍ଡର ଉଚ୍ଚମାଧ୍ୟମିକ ବିଦ୍ୟାଳୟ କାଙ୍କେରି ଠାରେ ଅଖିଲଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୭ ତମ ପ୍ରତିଷ୍ଠା ଦିବସ ତଥା ରଷ୍ଟ୍ରୀୟ ବିଦ୍ୟାର୍ଥି ଦିବସ ପାଳନ କରାଗଲା ତତ୍ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର ପୂର୍ଣ୍ଣ ସମୟ ଉପସ୍ଥିତ ରହି ବିକଶିତ ଭାରତରେ ଛାତ୍ର ଙ୍କ ଭୂମିକା ଏବଂ ଏବିଭିପି ର ଲକ୍ଷ ଓ ଆଦର୍ଶ ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଧର୍ମଗଡ଼ ନଗର ସହ ସମ୍ପାଦକ ଲିଙ୍ଗେଶ୍ୱର ଜାଲ ପରିବେଶ ଉପରେ ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ନଗର ସହ ସମ୍ପାଦକ ଜୀବନ ଜ୍ୟୋତି ରାଉତ, ନଗର କାର୍ଯ୍ୟକାରିଣୀ ସଦସ୍ୟ ଚିଣ୍ଟୁ ସରାପ୍, ଟିକେରାମ ସତ୍ନାମି, ରୁଦ୍ର ନାଏକ,କାଙ୍କେରି କଲେଜ ଶାଖା ସଭାପତି ସତିଶ ପ୍ରଧାନ ଙ୍କ ସମେତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




