ସାହୁ ପରିବାରର ସାମୂହିକ ନୂଆଁଖାଇ , ଭୋଟଘାଟ ଉତ୍ସବ ପାଳିତ
ଭବାନୀପାଟଣା ( ଜାଗ୍ରତ ଭାରତ)ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅଧୀନସ୍ଥ ମଶାଣିମୁଣ୍ଡା ଗ୍ରାମଠାରେ ବସବାସ କରୁଥିବା ସାହୁ ପରିବାର ପକ୍ଷରୁ ସାମୂହିକ ନୂଆଁଖାଇ ଭେଟଘାଟ ଆନନ୍ଦ ଉଲ୍ଲାସମଧ୍ୟରେ ପାଳନ କରାଯାଇଛି।
ମଶାଣିମୁଣ୍ଡା ଗ୍ରାମସ୍ଥିତ ଗ୍ରାମଦେବା ଦେବୀ ଓ ଧରଣୀ ମା’ ପୀଠ ଓ ବୁଢ଼ା ଡଙ୍ଗର ରେ ଭୋଗ ଲାଗି ଯଥାବିଧି ପୂଜାର୍ଚ୍ଚନା ହେବା ପରେ ନିଜ ଘର ମା’ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା। ଏହାପରେ ସାହୁ ପରିବାରର ପ୍ରାୟ ୪୦ ଜଣ ସଦସ୍ୟ ଏକାଠି ହୋଇ ଶ୍ରଦ୍ଧା ର ସହ ସାମୂହିକ ଭାବେ ନବାନ୍ନ ଗ୍ରହଣ କରିଥିଲେ।
ଏହି ଅବସରରେ ନୂଆ ଅନ୍ନର ଚୁଡ଼ା ସହ ବିଭିନ୍ନ ପ୍ରକାରର ପିଠା, ଖିରି ଆଦି ପ୍ରସ୍ତୁତ କରାଯାଇଥିଲା। ପରିବାରର ଛୋଟଠାରୁ ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନୂଆଁଖାଇ ପର୍ବ ପାଳନ କରିଥିଲେ। ଏହି ଅବସରରେ ପରିବାରର ବରିଷ୍ଠ ଗୁରୁଜନମାନଙ୍କୁ ପ୍ରଣାମ କରି ‘ନୂଆଁଖାଇ ଜୁହାର’ ଜଣାଇ ଆଶୀର୍ବାଦ ଗ୍ରହଣ କରିଥିଲେ। ଏ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଭାଇଚାରା ଓ ଏକତାର ବାର୍ତ୍ତା ବର୍ତ୍ତମାନର ସମାଜକୁ ଦେଇଥିଲେ।ଏହି କାର୍ଯ୍ୟକ୍ରମଟିକୁ
ଅବସରପ୍ରାପ୍ତ ଶେଷ ଦେବ ସାହୁ ଓ ପୁରୁନ ସାହୁଙ୍କ ନେତୃତ୍ୱରେ ସାମୂହିକ ନୂଆଁଖାଇପର୍ବ ମହାସମାରୋହରେ ପାଳନ କରାଯାଇଥିଲା। ନୂଆଁଖାଇ ସାରିବା ପରେ ଏହି ପର୍ବର ମୁଖ୍ୟ ଆକର୍ଷଣ ହେଲା ନୂଆଖାଇ ବାସୀ ମାନିବା ଏହି ଅବସରରେ ମଧ୍ୟ ସାହୁ ପରିବାର ପକ୍ଷରୁ ମାଛ, ମାଂସ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନର ଭୋଜି ଆୟୋଜନ ହୋଇଥିଲା।
ଏହି ସାମୂହିକ ନୂଆଁଖାଇ କେବଳ ପରିବାରର ସଦସ୍ୟମାନଙ୍କୁ ଏକାଠି କରି ନୂଆଁଖାଇର ପରମ୍ପରା, ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତାକୁ ଉଜ୍ଜୀବିତ କରିଥିଲା।



