
ଅଦ୍ୟ ତା ୧୮.୦୭.୨୦୨୫ରିଖ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ସଂଘ ସଭାପତି ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଶ୍ରୀ ଦୟIମୟ ପାଢ଼ୀ ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ସୁଦୀପ୍ତ ବିଷୋୟୀ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ,ପ୍ରତିଯୋଗିତା ରେଫରି ଶ୍ରୀମତୀ ରିତା ଦାସ,ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଶ୍ରୀ ବିମ୍ବାଧର ସାହୁ,ରାଜ୍ୟ ବୈଷୟିକ ଅଧିକାରୀ ସହ ଅଧ୍ୟକ୍ଷ୍ ଶ୍ରୀ ମନୋରଞ୍ଜନ ଦାସ ଓ ଜିଲ୍ଲା ସଂଘ ସମ୍ପାଦକ ତଥା ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ଶ୍ରୀ ସନ୍ଦିପ ମିଶ୍ର ଉପସ୍ଥିତ ଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୭୦ ଜଣ ପ୍ରତିଯୋଗୀ ଭାଗ ନେଇଅଛି।୨୫ ଜଣ ବୈଷୟିକ ଅଧିକାରୀ ପ୍ରତିଯୋଗିତା ପରିଚାଳନା କରିଛନ୍ତି।ପ୍ରଥମ ଦିନରେ ୧୦୬ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପ୍ରଥମ ମ୍ୟାଚ ବଲାଙ୍ଗୀରର ନୈତିକ ପଟେଲ ଓ କଳାହାଣ୍ଡିର ଅମୃତ ବେହେରା,କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର ସମସ୍ତ ସଭ୍ୟ ଏବଂ ପଦାଧିକାରୀ ପ୍ରତିଯୋଗିତାକୁ ସଫଳ କରିବାପାଇଁ ସମ୍ପୂର୍ଣ ସହଯୋଗ କରୁଛନ୍ତି I




