ବସ ମୁହଁରୁ ଅଳ୍ପକେ ବର୍ତିଗଲେ ସ୍କୁଟି ଚାଳକ଼
ତାଳଚେର, ୧୮/୦୭ ତାଳଚେର ଭଳି ଏକ ଶିଳ୍ପାଚଂଳରେ ରାସ୍ତା ଅଣଓସାରିଆ ସହିତ ଖାଲଖମଣା ଓ ଆଶାତୀତ ଯାନବାହାନ ବୃଦ୍ଧି ଯୋଗୁଁ ଦୈନନ୍ଦିନ ଦୁର୍ଘଟଣା ଘଟି କିଛି ନା କିଛି ଅଘଟଣ ହେଉଥିବା ଘଟଣା ତାଳଚେର ଅଂଚଳରେ ତ୍ରୀବ ପ୍ରକାଶ ପାଇବା ସହିତ ଏଠାରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ଅକାରରେ ନେଉଥିଲେ ମଧ୍ୟ ରାସ୍ତା ଗୁଡ଼ିକର ଉନ୍ନତି ଆସି ପାରୁନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ସାମାଜିକ ଦାୟୀତ୍ୱବୋଧ (ସିଏସଆର) ଜିଲ୍ଳା ଖଣିଜପାଣ୍ଠି (ଡ଼ିଏମ ଫଣ୍ଡ) ଅର୍ଥ ବ୍ୟୟବରାଦ ହେଉଥିଲେ ହେଁ ତାଳଚେର ବାସୀଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଛି । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତାଳଚେର ଚମ୍ପାପଶି ଛକ ଠାରେ । ଚମ୍ପାପାି ଛକରେ ସ୍କୁଟିରେ ଯାଉଥିବା ତାଳଚେର କଲେଜ ବଟନି ବିଭାଗର ଅଧ୍ୟାପିକା ମହାଦେଇ ଭୂତିଆଙ୍କୁ ହଠାତ୍ କେଦାନାଥ ବସ୍ ମୁହାଁମୁହିଁ ଧକ୍କା ଦେଇଥିଲା ଓ ଅଳ୍ପକେ ସେ ବର୍ତି ଯାଇଥିଲେ ଅଧ୍ୟାପିକା । ଗୁରୁତ୍ୱର ମହିଳାଙ୍କୁ ସେଠିକାର ଅଂଚଳବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତି କରିଥିବା ଜଣାପଡ଼ିଛି ।



