ଅନୁଗୋଳ – ଯୁବତୀଙ୍କୁ ଟଣାଓଟରା ପରେ ବାଇକ୍ ଛାଡ଼ି ଯୁବକ ଫେରାର
ଅନୁଗୋଳ: ନାଲକୋ ଥାନା ଗିରାଙ୍ଗ-ବଳରାମ ପ୍ରସାଦ ଗ୍ରାମ ଏକ ଢାବା ନିକଟରେ ସାଇକଲରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ ଟଣାଓଟରା ପରେ ବାଇକ୍ ଛାଡ଼ି ଯୁବକ ଫେରାର ହୋଇଯାଇଛି।ଟଣାଓଟରା ରେ ଯୁବତୀ ଜଣଙ୍କ ସାଇକଲରୁ ଖସି ପଡ଼ିଥିବାବେଳେ ଯୁବକ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ ।ଝିଅଟି ପାଟି କରିବାରୁ ସ୍ଥାନୀୟ ଲୋକ ଜମା ହୋଇଯିବାରୁ ବାଇକ ଚାଳକ ବାଇକ ଛାଡି ଯୁବକ ସେଠାରୁ ଚମ୍ପଟ ମାରିଥିଲା। ସଂପୃକ୍ତ ଅଭିଯୁକ୍ତ ଯୁବକ ନାଲକୋ ଥାନା ଗିରାଙ୍ଗ ଛକ ମାର୍କେଟ କ୍ରିଷ୍ଣା ଡ୍ରେସ ହାଉସର ସପ୍ଲାଏ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେହିପରି ଯୁବତୀଜଣଙ୍କ ବଳରାମପ୍ରସାଦ କେନ୍ଦୁପାଟଣା ବାସିନ୍ଦା ହୋଇଥିବା ବେଳେ ସେ ଗିରାଙ୍ଗ ଛକର ଏକ ଡ୍ରେସ ଦୋକାନରେ କାର୍ଯ୍ୟ କରନ୍ତି। ନାଲକୋ ପୁଲିସ ପହଞ୍ଚି ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ଅନୁଗୋଳରୁ ସୁଧାକର ସାହୁ



