ପାରିବାରିକ କଳହ ନେଇ ଥାନାରେ ଅଭିଯୋଗ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଗଡ଼ ସାହି ରେ ବଡ଼ ଭାଇ ପରିବାର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସାନଭାଇ ପରିବାର। ଅଭିଯୋଗକାରୀ ଜଣଙ୍କ ହେଲେ ବର୍ଷା ରାଣୀ ଗୋଚ୍ଛାୟତ। ବର୍ଷା ଙ୍କ ସୂଚନା ମୁତାବକ ସେ ସକାଳ ୭ ଘଟିକା ସମୟରେ ପରିବାରଙ୍କ ପୋଷାକ ସଫା କରୁଥିବା ବେଳେ ତାଙ୍କ ଯା ସସ୍ମିତା ଗୋଚ୍ଛାୟତ ଓ ତାଙ୍କ ପୁଅ ଝିଅ ମିଶି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବର୍ଷା ଙ୍କ ସ୍ଵାମୀ ପ୍ରତିବାଦ କରିବାରୁ ଆକ୍ରମଣର ଶିକାର ହୋଇଥିଲେ। ଏଥିନେଇ ବର୍ଷା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପରେ ବଅଁରପାଳ ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
