ଭୂବନେଶ୍ବର: ସୌମ୍ୟାଶ୍ରୀଙ୍କ ଘଟଣାରେ ନ୍ୟାୟ ଦାବିରେ ଆଜି ରାଜ୍ୟର ସବୁ ଆରଡିସି ଅଫିସ ଘେରାଉ କରିଛି ବିଜେଡି । ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ସରକାରଙ୍କୁ କାଠଗଡାକୁ ଟାଣିଛି ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡି ଯାଇଥିବାରୁ ଅଭିଯୋଗ କରି ଆଜି ବିଜେଡି ଆରଡିସି ଅଫିସ ଘେରାଉ କରିଛି ।
କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ଆଗରେ ବିଜେଡି ନେତା ଓ କର୍ମୀ ମାନେ ଆନ୍ଦୋଳନ କରିବା ସହ ଧାରଣା ଦେଇଛନ୍ତି ।



