ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୂରବସ୍ଥା ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ମାଲିକ ସଂଘ ପକ୍ଷରୁ ଦାବୀପତ୍ର
ତାଳଚେର, ୨୧/୦୭ ତାଳଚେର ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଭାୟା ବହ୍ଲର ରାସ୍ତା ଶୋଚନୀୟ ନେଇ ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ବସ୍ ମାଲିକ ସଂଘ ପକ୍ଷରୁ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତାଳଚେର ବସ୍ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣିଙ୍କ ନେତୃତ୍ୱରେ ବସ୍ ମାଲିକ ମାନେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ତାଳଚେରରୁ ଯାଉଥିବା ବସ୍ ଗୁଡିକର ସମୟ ସାରଣୀ ଅନୁସାରେ ଚଳାଚଳ କରିପାରୁ ନାହିଁ ଏବଂ ରାସ୍ତା ଅତ୍ୟନ୍ତ ଖରାପ୍ ଯୋଗୁଁ ବସ୍ ଗୁଡିକର ଯାନ୍ତ୍ରୀକ କ୍ଷତି ହେବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଅଛି । ଯାହା ଫଳରେ ତାଳଚେର ବସ୍ ଗୁଡିକ ଅନ୍ୟ ଷ୍ଟାଣ୍ଡରେ ସମୟ ସାରଣୀ ଅନୁସାରେ ପହଂଚି ନପାରିଲେ ଯାତ୍ରୀ ନଉଠାଇ ପାରିବାରୁ ମାଲିକ ମାନଙ୍କର ଆର୍ଥୀକ କ୍ଷତି ଘଟୁଅଛି । ଏହାକୁ ସହୃଦୟତାର ସହ ସମାଧାନ ନକରିଲେ ବାଧ୍ୟ ହୋଇ ସଂଘ ପକ୍ଷରୁ ଆସନ୍ତା ତା୨୯/୦୭/୨୦୨୫ ରିଖ ଠାରୁ ବସ୍ ଗୁଡିକ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଲିଖିତ ଭାବେ ଜଣାଇ ଦିଆଯାଇଛି । ଏହାର ନକଲ ରାଜ୍ୟ ପରିବହନ କମିଶନର, ଜିଲ୍ଲା ଆରକ୍ôଷ ଅଧିକ୍ଷକ, ଉପଖଣ୍ଡ ଆରଖି ଅଧିକ୍ଷକ, ତାଳଚେର ଆଂଚଳିକ ପରିବହନ ଅଧିକାରୀ, ରାଜ୍ୟ ବସ୍ ମାଲିକ ସଂଘ ଏବଂ ତାଳଚେର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ସଂପାଦକ ସୁରେଶ ଚନ୍ଦ୍ର ସାହୁ, ମଦନ ମୋହନ ମହାନ୍ତି, ତୁଷାର ପଟ୍ଟନାୟକ, ନରେଶ ଚନ୍ଦ୍ର ସାହୁ, ଅଭିନାଶ ସାହୁ, ସୁଧାଂଶୁ ଶେଖର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।



