ପ୍ରଧାନମନ୍ତ୍ରୀ ଆବାସ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ
ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଥରଖମ୍ବ ଗ୍ରାମର ହରିଜନ ସାହିର ସ୍ଥାୟୀ ବାସୀନ୍ଦା ମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ ଜଣାଇଛନ୍ତି । ପ୍ରକାଶ ଯେ, ଗତ ଦୁଇବର୍ଷ ପୂର୍ବେ ତା.୧୫.୦୨.୨୦୨୩ରିଖରେ ଭୟାବହ ଅଗ୍ନିକାଣ୍ଡ କାରଣରୁ ସେମାନଙ୍କର ଚାଳଛପର ଘରଗୁଡିକ ପୋଡିଯାଇଥିଲା । ଫଳରେ ଧାନ, ଚାଉଳ ଓ ଅନ୍ୟାନ୍ୟ ଆସବାବ ପତ୍ର ପୋଡି ମଧ୍ୟ ନଷ୍ଟ ହୋଇଯାଇଥିଲା । ସେହି ଦିନରୁ ଅଦ୍ୟାବଧ କରି ପାଲ ତଳେ ଛୁଆପିଲାଙ୍କୁ ଧରି ବହୁ କଷ୍ଟରେ ରହୁଛନ୍ତି । ବର୍ତମାନ ସୁଧା ଘରପୋଢି ଘର ପାଇବାରୁ ବଂଚିତ ରହିଛନ୍ତି । ଏ ସଂକ୍ରାନ୍ତରେ ସ୍ଥାନୀୟ ବିଡିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନେଇନଥିବା ଦରଖାସ୍ତରେ ପ୍ରକାଶ କରିଛନ୍ତି । ଏହାର ତୁରନ୍ତ ସମାଧାନ ତଥା ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଗୃହ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଯଦି ଆଗକୁ ଗୃହ ନମିଳେ ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଜଣାଇବା ପାଇଁ ପ୍ରକାଶ କରିଛନ୍ତି । ଏହି ଅଭିଯୋଗ ସମୟରେ ପ୍ରାଣବନ୍ଧୁ ନାଏକ, ନିଦ୍ରା ନାଏକ, କଳି ନାଏକ, ଅଲେଖ ପଧାନ, ଡିଲେଶ୍ଵର ନାଏକ, ଚତୁର୍ଭୁଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
