*ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନର ଦାବୀପତ୍ର ପ୍ରଦାନ-*

ବରଗଡ:୨୧/୭(ପବିତ୍ର ମେହେର) ଜନ ଶୁଣାଣି ରେ ସଂଯୁକ୍ତ କୃଷକ ସଂଗଠନ ଧାନ କାର୍ଡ ପଞ୍ଜିକରଣ ନୂତନ ନୀତି ବିରୋଧ କରି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କୁ ଦେଲେ ଦାବିପତ୍ର। ସେଥିରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ରାଜ୍ୟ ସରକାର ବଳକା ଧାନ ବିକ୍ରି କରିବାକୁ ଚାହୁଁ ଥିବା କୃଷକମାନଙ୍କୁ ଜମି ପଞ୍ଜିକରଣ ପାଇଁ ୧୯ଜୁଲାଇ ରୁ ୨୦ ଅଗଷ୍ଟ ୨୦୨୫ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦେଇ ପଞ୍ଜିକୃତ ପାଇଁ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ସମସ୍ତ ଚାଷୀଙ୍କୁ ନୂତନ ପଞ୍ଜିକରଣ ପାଇଁ ପରାମର୍ଶ ଅଛି। ନୂତନ ନିର୍ଦେଶକା ରେ ରେକର୍ଡ ଧାରୀ ଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ ଗତ ବର୍ଷ ମାନଙ୍କରେ ଯେମିତି କାଗଜପତ୍ର ଦରକାର ଥିଲା ସେତିକି ଦେବାକୁ ପଡିବ। କିନ୍ତୁ ରେକର୍ଡ ଧାରୀଙ୍କ ଯଦି ଦେହାନ୍ତ ହୋଇଯାଇଛି ସେ କ୍ଷେତ୍ରରେ ରାଜସ୍ବ ନିରୀକ୍ଷକ ଙ୍କ ଠାରୁ ବଂଶାବଳୀ ଆଣିବାକୁ ପଡିବ। ବଂଶାବଳୀରେ ବଂଶ ର ସମସ୍ତ ପୁରୁଷ ଏବଂ ମହିଳା ସମାନ ଭାବରେ ଜମି ର ହକଦାର ହେବେ ଏବଂ ସମସ୍ତେ ଧାନ କାର୍ଡ କରିପାରିବେ ଯଦି ଜମି ଚାଷ କରୁଥିବା ଚାଷୀ ନିଜର ନାମରେ ସମସ୍ତ ଜମି ର ଧାନ କାର୍ଡ ତିଆରି କରିବାକୁ ଚାହିଁବ ତାହାହେଲେ ସମସ୍ତ ଅଂଶୀଦାର ମାନଙ୍କୁ ସୋସାଇଟି କୁ ଆଣି ସ୍ଵାକ୍ଷ ଦେବା ସହିତ ସମସ୍ତ ଙ୍କ ଆଖି ସ୍କେନ ହେବ ତାପରେ ମୋବାଇଲ କୁ OTP ଆସିବ ସେହି OTP ଦେଲେ ଯାଏଁ ଧାନ କାର୍ଡ ତିଆରି ହୋଇ ପାରିବ। ଯାହା ସ୍ୱର୍ଗ ରୁ ଅମୃତ ଆଣିଲା ଭଳି ନିଷ୍ପତ୍ତି ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଏବଂ ଜିଲ୍ଲାପାଳ, ଏସ ପି ଙ୍କୁ ଲିଖିତ ଭାବେ ଜଣାଇ ଛନ୍ତି। ଯଦି ଏହି ନିୟମ କାର୍ଯ୍ୟକାରୀ କରାଯାଏ ତାହାହେଲେ ୭୦/୮୦ ପ୍ରତିଶତ କୃଷକ ଧାନ ବିକ୍ରି ରୁ ବଞ୍ଚିତ ହେବେ। ଯାହା ରାଜ୍ୟର କୃଷି ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିବ ଏବଂ ସରକାରୀ ସଂସ୍ଥା ରୁ ଧାନ ବିକ୍ରି କରିବାରେ ବଞ୍ଚିତ ହେଲେ ଆହୁରୀ ଦଲାଲ ମାନେ ସକ୍ରିୟ ହେବେ। ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ବହୁତ ପ୍ରଭାବ ପଡିବ ଏବଂ ଚାଷୀ ନିରୁତ୍ସାହିତ ହୋଇ ଚାଷ ଛାଡ଼ିବେ। ଚାଷୀ ପାଇଁ ପଞ୍ଜିକରଣ ର ଉଦେଶ୍ୟ ଯଦି ପ୍ରକୃତ ଚାଷୀ ର ଧାନ ବିକ୍ରି ଅଟେ ତାହାହେଲେ କଟକଣା ସବୁ ଉଠାଇ ନେଇ ସରଳ ହେବା ଦରକାର ଏବଂ ଥରେ ପଞ୍ଜିକୃତ ହେଲେ କେବଳ ଆବଶ୍ୟକ ସ୍ଥଳେ ସଂଶୋଧନ ହେବା ଦରକାର। ଏଣୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୁଣା ପଦ୍ଧତି ରେ ପଞ୍ଜିକରଣ କରାଯାଉ ବୋଲି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲାବୀମା କ୍ଷେତ୍ରରେ ମଧ୍ୟ ଅଗ୍ରୀଷ୍ଟେକ ରେ ନାମ ନ ଥିଲେ ବୀମା କରି ପାରିବେ ନାହିଁ ବୋଲି ନିର୍ଦେଶ ଆସିଅଛି ତେଣୁ ଏହାର ଶୀଘ୍ର ସମାଧାନ କରିବା ପାଇଁ ସାଙ୍ଗଠନିକ ନିଷ୍ପତ୍ତି ଅନୁସାରେ ଆସନ୍ତା କାଲି ଜିଲ୍ଲା ର ସମସ୍ତ ତହସିଲ ଅଫିସରେ ଦାବିପତ୍ର ଦିଆଯିବ ବୋଲି ଘୋଷଣା କରିଅଛି। ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ସମେତ ବିଭିନ୍ନ ବ୍ଲକ ର ପ୍ରତିନିଧି ମାନେ ସୁଦାମ ପାତ୍ର, ନିରଞ୍ଜନ ପଧାନ, ବୃନ୍ଦାବନ ଭୋଇ, ସୁରେଶ ନିକେଣ୍ଟି, ରବିଶଙ୍କର ପଧାନ, କୁଶ ପଧାନ, ଲଷ୍ମୀକାନ୍ତ ପଧାନ, ସୁବଳ ପଧାନ, ଜୟ ପ୍ରକାଶ ବେହେରା ଉପସ୍ଥିତ ଥିଲେ।




