ଅପରାହ୍ଣ ବୟସରେ ଦୌଡ଼ି ଦୌଡ଼ି ହେଉପାରୁନି ମଧୁବାବୁ ପେନସନ୍ଅଧିକାରୀମାନେ ତାରିଖ ପରେ ତାରିଖ ଦେଇ ଚାଲିଛନ୍ତି
ତାଳଚେର, ୨୩/୦୭ ତାଳଚେର ପୌରପରିଷଦ ଅନ୍ତର୍ଗତ ୯ନମ୍ବରୱାର୍ଡ଼ ଜାମ୍ବୁବଣିଆ ସାହିର ବସନ୍ତ ସାହୁ (୭୩)ବର୍ଷରେ ଏକାର୍ଯ୍ୟାଳୟ ରୁ ସେ କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ଅଣାୟତ ହୋଇଥିଲେ ମଧ୍ୟ ସେ ମଧୁବାବୁ ପେନସନ୍ ଯୋଜନାରୁ ବଂଚିତ ହୋଇ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାର୍ଯ୍ୟାଳୟକୁ ବୁଝିବାକୁ ଗଲେ ବାବୁ ଭାୟାମାନେ ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିବା ବେଳେ କେବେ ସେ ଏହି ପେନ୍ସନ୍ରେ ଅନ୍ତର୍ଭୂକ୍ତ ହେବେ ତାହା କେବଳ ଦେଖିବାକୁ ବାକି ରହିଲା । ଅପରହ୍ଣ ବୟସରେ ବିଭିନ୍ନ ଅସୁବିଧାକୁ ସାମ୍ନାକରି ଆଜକୁ ଦୀର୍ଘ ବର୍ଷ ହେବ ଏହି ଯୋଜନା ପାଇଁ ପୌରପାଳିକା କାର୍ଯ୍ୟାଳୟରେ ଦରଖାସ୍ତ ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ଭତା ଗଣ୍ଡିକ ନହୋଇ ପାରିବା ପରିତାପର ବିଷୟ ହୋଇଛି । ସେହିପରି ଶ୍ରୀ ସାହୁଙ୍କ ଧର୍ମପତ୍ନୀ ବାସନ୍ତୀ ସାହୁ ସେହି ଭତା ପାଇଁ ଦରଖାସ୍ତ ଦେଇଥିଲେ ହେଁ ପରିସ୍ଥିତ ସମାନ ବୋଲି ସେମାନେ ଏହା ଅଭିଯୋଗ କରିଛନ୍ତି । ତେବେ ଯାହା ଶୁଣାଯାଏ ଅନେକ ବୃଦ୍ଧବୃଦ୍ଧା ଏହି ପେନସନ୍ ପାଇଁ ବିଭିନ୍ନ କାର୍ଯ୍ୟାଳୟ ଦୌଡ଼ୁଥିଲେ ମଧ୍ୟ ଏଥିରୁ କେହି କେହି ବଂଚିତ ହୋଇ ଆରପାରିକୁ ଚାଲି ଯାଉଥିବା ବେଳେ ଆଉ କେହି ଏଭଳି ସଂଗ୍ରାମ କରି ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି । ଏସମ୍ପର୍କରେ ପୌରଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଏଥିରେ ସମ୍ପୃକ୍ତ ଅଧିକାରୀଙ୍କୁ ସାକ୍ଷାତ କର ବୋଲି ଶ୍ରୀ ସାହୁ ଏହା ପ୍ରକାଶ କିଛନ୍ତି ।



