ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ, ବିଦ୍ୟୁତ୍ ତାର ସଂପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଶୋଚନୀୟ ମୁତ୍ୟୁ। ପରିବାର ଲୋକ କ୍ଷତି ପୁରଣ ଦାବୀ କରିଛନ୍ତି । ଘରକୁ ଘର ସଂଯୋଗ କରାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ହିଁ ତାଙ୍କ ଦୁଃଖଦ ମୃତ୍ୟୁ ହୋଇ ଯାଇଛି । ତେବେ ପରିବାର ରେ ସାତ ଜଣ ସଦସ୍ୟ ଥିବା ବେଳେ ରୋଜଗାର କ୍ଷମଥିଲେ ଏକା ମୃତ ଯୁବକ, ଏବେ ସ୍ତ୍ରୀ ରୋଜଗାରିଆ ସ୍ଵାମୀକୁ ହରାଇ ପୁରା ଭାଙ୍ଗି ପଡ଼ିଥିବା ବେଳେ ଏବେ ପାଞ୍ଚ ପାଞ୍ଚ ଟି ଛୁଆ ଙ୍କ ବୋଝ ସ୍ତ୍ରୀଙ୍କ ମୁଣ୍ଡ ଉପରେ । ସ୍ଵାମୀ ଜଣଙ୍କ ଦିନ ମଜୁରୀଆ ଭାବେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରୁଥିଲେ, ଆଉଏବେ ସେ ମୃତ୍ୟ ବରଣ କରିବାରୁ ପୁରା ପରିବାର ବେସାହାରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବଲାଣି ଥାନା ଅନ୍ତର୍ଗତ ବଲାଣି ମଡର୍ନ ହଟିଙ୍ଗ ରେ ବସବାସ କରୁଥିବା ଉଦୟ ମହାକୁଡ (୪୫) ଙ୍କ ଗତକାଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି, ତେବେ ବଲାଣି ପୋଲିସ୍ ଖବର ପାଇ ପ୍ରଥମେ ମୃତ ପାରିବାର ଙ୍କ ଘର ପାଖ ଯାଇ ତନା ଘନା କରିଥିବା ବେଳେ ପରିବାର ଲୋକେ ନିକଟରେ ଥିବା ସେଲ୍ ଲୌହ ଖଣି ମେଡ଼ିକାଲ କୁ ମୃତ ଯୁବକ ଙ୍କୁ ନେଇ ଯାଇଥିଲେ, ମେଡ଼ିକାଲ ରେ ପୋଲିସ୍ ପହଞ୍ଚି ଘଟଣା ର ତଦନ୍ତ ଚଳାଇଥିବା ନେଇ ସୂଚନା। ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ରୁ ପରିବାର ବିଦ୍ୟୁତ ବିଭାଗ କୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି, ବିଦ୍ୟୁତ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନଗଦ ୧୦୦୦୦ ହଜାର ଟଙ୍କା ଦେବା ସହ ଠିକା ସଂସ୍ଥାରେ ମୃତ ଯୁବକ ପିଲାଙ୍କୁ ଚାକିରି ଦେବା ନେଇ ପ୍ରତୀସୁତି ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।



