ହେମଲତା ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଜପୁର ___ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅରିଲୋ ଗ୍ରାମର ଧର୍ମ ପରାୟଣ ମହିଳା ଓ ସମାଜସେବୀକା ସ୍ବର୍ଗତ ହେମଲତା ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗୁଣନିଧି ଦାଶ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଚନ୍ଦ୍ରମଣି ସାମଲ,ପୃର୍ବତନ ସରପଞ ଅଟଳ ବିହାରୀ ନାୟକ,ଦେସାହୀ ପଞ୍ଚାୟତର ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆ,ପୃର୍ବତନ ବିଧାୟିକା ସୁନନ୍ଦା ଦାଶ, ପ୍ରଧାନଶିକ୍ଷକ ଗୋପିନାଥ ଦାଶ ପ୍ରମୁଖ ଯୋଗଦେଇ ସ୍ବର୍ଗତ ହେମଲତା ଦାଶଙ୍କ ବିଷୟରେ ବହୁକଥା ଆଲୋକ ପାତ କରିଥିଲେ।ଏହି ସଭାରେ ପୃର୍ବତନ ବିଧାୟିକା ସୁନନ୍ଦା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପୁତ୍ର ନରେନ୍ଦ୍ର କୁମାର ଦାଶ, ସୁବାଷ ଦାଶ, ଧିରେନ୍ଦ୍ର କୁମାର ଦାଶ, ଚକ୍ରଧର ଦାଶ ଙ୍କ ସମେତ ବନ୍ଧୁ ବର୍ଗ ଯୋଗ ଦେଇଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅରୁଣ କୁମାର ସାମଲ ଓ ନିଶିକାନ୍ତ ଦାଶ।






