ଭୂବନେଶ୍ୱର, ୨୯/୦୭ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ବ୍ୟାଙ୍କଙ୍କ୍ ରୁ ଆସିଥିବା ଇଣ୍ଡିଗୋ 6E1066 ଫ୍ଲାଇଟରେ ଗଞ୍ଜେଇ ଚାଲାଣ ହେଉଥିଲା । ଯାଞ୍ଚ ବେଳେ କଷ୍ଟମ ବିଭାଗ ଏହି ୩୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।
ଏହାର କିଲୋପ୍ରତି ବଜାର ଦର ୧ କୋଟି ଥିବାବେଳେ ଜବତ ସାମଗ୍ରୀର ମୂଲ୍ୟ ୩୦ କୋଟି ହେବ ବୋଲି ଅନୁମାନ କରାଯାଉଛି । ଏଥିରେ ସମ୍ପୃକ୍ତ ଥିବା ୩ ଯୁବକ ଉତ୍ତରପ୍ରଦେଶର ଆଗ୍ରାର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ସେମାନେ ମହମ୍ମଦ, ମୋହିତ ଏବଂ ବାମଟି । କଷ୍ଟମ ବିଭାଗ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ସେ ନେଇ ଖୋଳତାଡ଼ ଜାରି ରହିଛି ।



