ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅର୍ନ୍ତଜାତୀୟ ବ୍ୟାଘ୍ର ଦିବସ ପାଳିତ

ବରଗଡ:୩୧/୭(ପବିତ୍ର ମେହେର) ବାଘମାନଙ୍କ ସଂରକ୍ଷଣ ଜୈବିକ ପରିବେଶର ସୁରକ୍ଷା ତଥା ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ।ତେଣୁ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କ ମନରେ ସଚେତନତାର ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅର୍ନ୍ତଜାତୀୟ ବ୍ୟାଘ୍ର ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଘ୍ର ସଂରକ୍ଷଣର ଆବଶ୍ୟକତା ସଂମ୍ପର୍କରେ ଆଲୋଚନା କରାଯାଇଥିଲା।ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ବାଘମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ।ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ବ୍ୟାଘ୍ରମାନଙ୍କର ଜୀବନଶୈଳୀ ଉପରେ ଆଧାରିତ ଛାୟାଚିତ୍ର ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶ୍ରୀପତି ସାହୁ, ତେଜରାମ ସା,ଅମୂଲ୍ୟ ଭୋଇ, ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ପ୍ରଶାନ୍ତ ମହାପାତ୍ର, ଅଙ୍କିତ ମହନ୍ତ,ଶିକ୍ଷୟିତ୍ରୀ ଅନୀତା ପଧାନଙ୍କ ସମେତ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍ ଓ ୟୁଥ୍ ଆଣ୍ଡ ଇକୋ କ୍ଳବର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।




