ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ରେ ବିଜ୍ଞାନ ମେଳା ଅନୁଷ୍ଠିତ

ଭଟଲି ୨୵୮ (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲ ଅନ୍ତର୍ଗତ ଭଟଲି ରେ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭଟଲି ଠାରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଦିପ୍ତିବାଲା ପ୍ରଧାନ ( zoology) ଶ୍ରୀଯୁକ୍ତ ସୁଜିତ୍ କୁମାର ପୁରୋହିତ ( chemistry)ସଂପାଦକ ଶ୍ରୀଯୁକ୍ତ ବିରାଟ ପ୍ରଧାନ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯକ୍ରମ କୁ ଆଗେଇ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ପୂଜାହlରି ଅତିଥି ପରିଚୟ କରିଥିଲେ। ଏହି କାର୍ଯକ୍ରମ ରେ ଶିଶୁ ବାଟିକା ବିଭାଗ ରୁ ୮୦ ଟି ଓ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଟି ପ୍ରକଳ୍ପ ଆସିଥିଲା । ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

ବିଚାରକ ଭାବରେ ତନୟା ଭୁଏ, ଜ୍ୟୋତ୍ସ୍ନା ମହାନନ୍ଦ, ସୁଚିଶ୍ମିତା ପଧାନ, ସୁଧାରାନି ପଧାନ, ସ୍ଵାତୀ ସାଗରିକା ତ୍ରିପାଠୀ, ଜ୍ୟୋତ୍ସ୍ନାମୟୀ ନାୟକ, କୁଳମଣି ଭୋଇ, ଭୁବନ ମୋହନ ମହାନ୍ତି, ଅନନ୍ତ ସାହୁ, ଜୟଦ୍ରଥ ପଧାନ, ମାଧବ ମେହେର ଉପସ୍ଥିତ ଥିଲେ l ଉଦୟ ବର୍ଗ ବିଜ୍ଞାନ ରୁ ୧- ସାଇ ଶ୍ରୀୟାଂଶ ରଥ ଶ୍ରେଣୀ ତୃତୀୟ ୨-ସ୍ଥିତିପ୍ରଜ୍ଞା ନାୟକ ଶ୍ରେଣୀ ତୃତୀୟ- ସଂସ୍କାର ସ୍ୱରୂପ ରଥ ଶ୍ରେଣୀ ଦ୍ଵିତୀୟ ଓ ଗଣିତ ରୁ ୧- ଶ୍ରେୟଶ ପଧାନ ଶ୍ରେଣୀ ତୃତୀୟ। ୨- ତ୍ରୀୟକ୍ସା ସାହୁ ଶ୍ରେଣୀ ତୃତୀୟ ୩– ଆଦର୍ଶ ବୁଧିଆ ଶ୍ରେଣୀ ପ୍ରଥମ ଓ ଶିଶୁ ବର୍ଗ ଗଣିତ ରୁ ୧- ଜୟସ୍ମିତା ନନ୍ଦ ଶ୍ରେଣୀ ଚତୁର୍ଥ ୨- ୟଶ୍ ରାଜ ମହାପାତ୍ର ଶ୍ରେଣୀ ଚତୁର୍ଥ ୩- ତୋଷିତ କୁମାର ସାହୁ ଶ୍ରେଣୀ ଚତୁର୍ଥରୁ ବିଜ୍ଞାନ ରେ ଶ୍ରିଜଲ୍ ସାହୁ ଶ୍ରେଣୀ ଚତୁର୍ଥ ୨- ଫଣିନ୍ଦ୍ର ଡନସନା ଶ୍ରେଣୀ ଚତୁର୍ଥ ୩- ବର୍ଣ୍ଣିତ ସାହୁ ଶ୍ରେଣୀ ଚତୁର୍ଥ ଓ ବାଲ୍ ବର୍ଗ ରୁ ଗଣିତ ରେ ୧- ଶ୍ରିଅଂଶ ନାଏକ ଶ୍ରେଣୀ ସପ୍ତମ ୨- ସୋମନାଥ ସାହୁ ଶ୍ରେଣୀ ସପ୍ତମ ୩- ଅଭିଷେକ ରାଉତ ଶ୍ରେଣୀ ସପ୍ତମ ବାଲ ବର୍ଗ ବିଜ୍ଞାନ ରୁ ୧- ଦିବ୍ୟାଂଶ ତିୱାରୀ ଶ୍ରେଣୀ ସପ୍ତମ ୨- ମନୋଜ ସୁଇ ଶ୍ରେଣୀ ଅଷ୍ଟମ ୩- ହିତେଶ ସାହୁ ଶ୍ରେଣୀ ଷଷ୍ଠ ସେହିପରି କିଶୋର ବର୍ଗ ଗଣିତ ରୁ ୧- କିରଣ ସାହୁ ଶ୍ରେଣୀ ଦଶମ ୨- ଶ୍ରଦ୍ଧା ବାରିକ ଶ୍ରେଣୀ ଦଶମ ବିଜ୍ଞାନ ରୁ ନୈତିକ ସାହୁ ଶ୍ରେଣୀ ଦଶମ ୨- ସିଦ୍ଧି ସ୍ୱରୂପା ସାହୁ ଶ୍ରେଣୀ ନବମ ୩- ରାଜ କିଶୋର ରଥ ଶ୍ରେଣୀ ନବମ ପୁରସ୍କୃତ ହୋଇଛନ୍ତି।




