ଝିଅ ଅପହରଣକାରୀକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ମା
ଢେଙ୍କାନାଳ, ୫/୮: କାମାକ୍ଷାନଗର ଥାନା ଅନ୍ତର୍ଗତ ଖୁରୁସିଆ ଗ୍ରାମର ନବଘନ ବେହେରାଙ୍କ ପତ୍ନୀ ନିରୁପମା ବେହେରା ନିଜ ଝିଅର ଅପହରଣକୁ ନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଗୁହାରୀ ଜଣାଇଥିଲେ। ପ୍ରକେଶ ଯେ, ଗତ ୨୩.୦୭.୨୦୨୫ରିଖ ରାତ୍ର ୩.୩୦ ମି. ସମୟରେ ନିରୁପମାଙ୍କ ନାବାଳିକା ଝିଅକୁ ସେହି ଗ୍ରାମର ସର୍ବେଶ୍ୱର ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା (୨୩) ଅପହରଣ କରିନେଇଛନ୍ତି। ଏହି ବିଷୟରେ କାମାକ୍ଷାନଗର ଥାନାରେ ଅଭିଯୋଗ କରି କେଶ୍ ନଂ-୩୭୧ / ୨୦୨୫ ରେ ରେଜିଷ୍ଟ୍ରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଝିଅକୁ ଉଦ୍ଧାର କରିନଥୁବା ଓ ଆସାମୀକୁ ଧରିବାରେ ବିଫଳ ହୋଇଛନ୍ତି ବୋଲି ନିରୁପମା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଗୁରୁତର ସହ ବିଚାର କରି ଶୀଘ୍ର ଝିଅକୁ ଉଦ୍ଧାର କରି ଆସାମୀକୁ ଗିରଫ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି ।



