ଧାନ ବିକ୍ରି ପାଇଁ ପଞ୍ଜିକରଣକୁ ସରଳ କରିବା ଦାବିରେ କୃଷକ ସଭାର ବିକ୍ଷୋଭ
ଢେଙ୍କାନାଳ, ୭/୮: ଧାନ ବିକ୍ରି କରିବାକୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି । ଅଗଷ୍ଟ ୨୦ ତାରିଖକୁ ଶେଷ ଦିନଭାବରେ ଧାର୍ଯ୍ୟ କରାଯାଇଛି । ପଞ୍ଜିକରଣ ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥା ଯୋଗୁ ଚାଷୀମାନେ ଗୁଆପୋତା କାମ ଛାଡି ସମବାୟ ସମିତିକୁ ଦୌଢୁଛନ୍ତି । ଦୀର୍ଘ ବର୍ଷ ଧରି ବନ୍ଦୋବସ୍ତ ହେଉ ନଥୁବାରୁ ଶତକଡା ୮୦ ଭାଗ ଚାଷୀଙ୍କ ଜମି ସେମାନଙ୍କ ଜେଳେ, ବାପା କିମ୍ବା ଭାଇମାନଙ୍କ ନାମ ସହ ମିଳିତ ରେଜର୍ଜ ରହିଛି । ପୂର୍ବରୁ ପାଉତି ଦେଖାଇ ଓ ପଟ୍ଟାରେ ନାମ ଥିଲେ ପଞ୍ଜିକରଣ କରାଯାଉଥୁଲା, ଏବେ ଉତରାଧିକାରୀ ପ୍ରମାଣପତ୍ର, ବୈଧ ବଂଟନ କାଗଜପତ୍ର ଅଲଗା ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ ଓ କେୱାଇସିକୁ ବାଧ୍ୟତାମୂଳକ ବିରୋଧରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଓଡିଶା କୃଷକ ସଭା, କିଷାନ୍ କଂଗ୍ରେସ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନିମ୍ନୋକ୍ତ ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଭାଗଚାଷୀମାନଙ୍କ ପୂର୍ବଭଳି ଜମିମାଲିକଙ୍କଠାରୁ ସମ୍ମତି ପତ୍ର ଆଣିବାକୁ ରଖାଯାଇଛି ।ଭାଗଚାଷୀମାନଙ୍କୁ ଧାନ ବିକ୍ରିର ସୁଯୋଗ ଦେବା ପାଇଁ ପୁରୁଣା ଆଇନରେ କୌଣସି ପରିବର୍ତନ କରାଯାଇନାହିଁ । ବସ୍ତୁତଃ ଚାଷ କରୁନଥିବା ଜମିମାଲିକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ଉଦ୍ୟମ କରିଛନ୍ତି । ଧାନର ଏମ.ଏସ.ପି.ରେ କୌଣସି ବୃଦ୍ଧି କରା ନଯାଇ ୮୦୦ ଟଙ୍କା ବୋନସ ଦିଆଯିବାର ବ୍ୟବସ୍ଥା ରହିଥିବାରୁ ଚାଷୀଙ୍କ ସଂଖ୍ୟା ବଢିଛି କିନ୍ତୁ ପଞ୍ଜିକରଣରେ ବ୍ୟାପକ କଟକଣା କରାଯାଇ ଚାଷୀମାନେ ଯେପରି ସରଳ ଉପାୟରେ ଧାନ ବିକ୍ରି କରି ନପାରନ୍ତି, ସେଥ୍ ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ଓଡ଼ିଶା କୃଷକ ସଭା, କଟକ ଜିଲ୍ଲା କମିଟି ତରଫରୁ ଅଭିଯୋଗ କରାଯାଇଛି । ଫଳରେ ଉତ୍ପାଦିତ ଧାନକୁ ବେସରକାରୀ ସଂସ୍ଥାମାନେ କମ୍ ଦରରେ କିଣିବାର ପଥକୁ ପରିଷ୍କାର କରାଯାଉଛି ବୋଲି ଓଡ଼ିଶା କୃଷକ ସଭା ତରଫରୁ ଅଭିଯୋଗ କରାଯାଇଛି । ତେଣୁ ସବୁ ବର୍ଷ ଭଳି ଚଳିତ ବର୍ଷ ଧାନ ପଞ୍ଜିକରଣର ବ୍ୟବସ୍ଥା କରିବା, ଅପରାହ୍ଣ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ପଞ୍ଜିକରଣ କରିବା ଓ ଆର.ଆଇ. ମାନଙ୍କ ରିପୋର୍ଟ ଭିତରେ ଭାଗଚାଷୀମାନଙ୍କ ନାମ ପଞ୍ଜିକରଣ କରିବା, ଚାଷୀମାନଙ୍କଠାରୁ ପଞ୍ଜିକରଣ ଅନୁଯାୟୀ କ୍ରମାନ୍ବୟରେ ଧାନ କିଣିବାର ଟୋକନ୍ ଦେବା, ପଞ୍ଜିକରଣର ସମୟସୀମାକୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ସର୍ବୋପରି ଧାନ ସଂଗ୍ରହ ପାଇଁ ଥିବା ପ୍ରାଥମିକ ଜମିଟି ଓ ସେବା ସମବାୟ ସମିତିର ପରାମର୍ଶକୁ ଅଗ୍ରାଧିକାର ଦେବା ପାଇଁ ଓଡ଼ିଶା କୃଷକ ସଭା କଟକ ଜିଲ୍ଲା କମିଟି ଦରଫରୁ ଦାବି କରାଯାଇଛି । ଉପରୋକ୍ତ ଦାବିଗୁଡିକ ଉପରେ ଏକ ବିକ୍ଷୋଲ ଆଜି ଓଡ଼ିଶା କୃଷକ ସଭା, ଢେଙ୍କାନାଳ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳ ଢେଙ୍କାନାଳ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ବିକ୍ଷୋଭକାରୀଙ୍କ ତରଫରୁ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଢେଙ୍କାନାଳ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଓଡିଶା କୃଷକସଭା ଜିଲ୍ଲା ସଭାପତି ସରୋଜ ଶତପଥୀ, ଶ୍ରୀଧର ମଲ୍ଲିକ, ନନ୍ଦକିଶୋର ବରାଳ, ରୋହିତ ବାରିକ, କମଳା ପ୍ରଧାନ, ମାଗଲ ପ୍ରଧାନ, ଶନି ପ୍ରଧାନ, ଭାରତୀ ସାଇଁ, ଜୟନ୍ତୀ ସାଇଁ, କିଶାନ କଂଗ୍ରେସ୍ର ଢେଙ୍କାନାଳ ଜିଲ୍ଲା ସଭାପତି ବିପ୍ରବର ସାହୁ, ଉପସଭାପତି ନକୁଳ ରାଉତ, ବ୍ଲକ୍ ସଭାପତି ବ୍ରହ୍ମାନନ୍ଦ କଅଁର, ସିଆଇଟିୟୁର ଜିଲ୍ଲା ପ୍ରତିନିଧୁ ସର୍ବଷ୍ଟ ସାହୁ ଏବଂ ରାଜ୍ୟ ସଦସ୍ୟ ବଦ୍ରିନାରାୟଣ ଦାସ ପ୍ରମୁଖ କୃଷକ ମାନଙ୍କ ଦାବିକୁ ସମର୍ଥନ କରି ବକ୍ତବ୍ୟ ରଖୁଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)