ଓ.ପି ଜିନ୍ଦଲ ଫୁଟବଲ କପ୍ ଉଦଘାଟିତ: ଆଠମଲ୍ଲିକକୁ ହରାଇ ଝାରସୁଗୁଡ଼ା ବିଜୟୀ

ଅନୁଗୁଳ, ୦୭ ଅଗଷ୍ଟ : ଉଦଘାଟନୀ ମୁକାବିଲାରେ ରୋମାଞ୍ଚକର ଲଢ଼େଇ । ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚରେ ଆଠମଲ୍ଲିକ ଦଳକୁ ପରାସ୍ତ କରି ଝାରସୁଗୁଡ଼ା ଦଳ ବିଜୟୀ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇଥିଲେ ।

ଫଳରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲଟି ସୁଟ୍-ଆଉଟର ସହାୟତା ନିଆଯାଇଥିଲା । ଆଉ ପେନାଲଟି ସୁଟରେ ଝାରସୁଗୁଡ଼ା ଦଳ ୪ଟି ଗୋଲ କରିବାରେ ସକ୍ଷମ ହୋଇଥିବା ବେଳେ ଆଠମଲ୍ଲିକ ଦଳ ମାତ୍ର ୨ଟି ଗୋଲ ଦେଇପାରିଥିଲା । ଫଳରେ ଉଦଘାଟନୀ ମ୍ୟାଚରେ ବାଜି ମାରିନେଇଛି ଝାରସୁଗୁଡ଼ା ଦଳ । ଝାରସୁଗୁଡ଼ା ଦଳର ରାମ ହାଁସଦା ସର୍ବଶ୍ରେଷ୍ଠ ପ୍ରଦର୍ଶନକରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ପ୍ରୀତିମୟ, ଜିନ୍ଦଲ ଷ୍ଟିଲର ସଭାପତି ଶ୍ରୀ ଅତୁଲ ଦୁବେ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ ସିଠ, ଅନୁଗୁଳ କ୍ରିକେଟ ଆସୋସିଏସନର

ସଂପାଦକ ଶ୍ରୀ ସାଗର ନାଥ ମିଶ୍ର, ଜିଲ୍ଲା କ୍ରୀଡ଼ା ସାଂସଦ ସଦସ୍ୟ ଅଧିବକ୍ତା ଶ୍ରୀ ପ୍ରଦୀପ ଦେବତା ଓ ଶ୍ରୀ ରୁଚିର କୁମାର ଦାସ, ଜିନ୍ଦଲ ଫାଉଣ୍ଡେସନର ସହକାରୀ ମହାସଚିବ ସୁଶ୍ରୀ ମୈତ୍ରେୟୀ ମିଶ୍ର ଏବଂ ଜିନ୍ଦଲ ଷ୍ଟିଲର ସିଏସଆର ଜିଏମ ଜୟନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଅନୁଗୁଳ ସହରର କଦମ ପଡ଼ିଆରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବଛା ବଛା ୧୨ଟି ଦଳ ଭାଗ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଖେଳାଯିବ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
