ନାରୀ ସୁରକ୍ଷା ପାଇଁ ଥାନା ଅଧିକାରୀଙ୍କ ଜରୀଆରେ ଡିଜିଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ଆଜି ଜୁନାଗଡ଼ ବ୍ଳକ ଚେମେଲୀ ଦେବିଓମେନ୍ସ କଲେଜ ଏବଂ P I ଡିଗ୍ରୀ କଲେଜ ଛାତ୍ରଛାତ୍ରୀ. N A C ଓବିଜେଡି ଶତାଧିକ କର୍ମୀ.ବ୍ଳକ ନାରୀ ନିର୍ଯ୍ୟାତନା ପ୍ରତିବାଦ ରେ ନାରୀ ନ୍ୟାୟ, ନାରୀ ସୁରକ୍ଷା ଦାବି ନେଇ ପୋଲିସ ଡିଜିଙ୍କୁ ଜୁନାଗଡ଼ ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ଦେଇଛନ୍ତି।ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ମୃତ୍ୟୁ, ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ,ମାଲକାନଗିରି ଗଣଦୁଷ୍କର୍ମ, ନବରଙ୍ଗପୁର ନର୍ସିଂ ଛାତ୍ରୀ ଯୌନ ନିର୍ଯାତନା, ତେନ୍ତୁଳିଖୁଣ୍ଟି ଦୁଷ୍କର୍ମ ଓ ହତ୍ୟା, କୋରାପୁଟ ଆଦିବାସୀ ଛାତ୍ରୀ ଦୁଷ୍କର୍ମ ଭଳି ଅନେକ ମାମଲା ତଥା ଵୃଦ୍ଧି ପାଉଥିବା ଦୁଷ୍କର୍ମ ଓ ହତ୍ୟା ଭଳି ଅନେକ ଘଟଣା କୁ ନେଇ ଓ ରାଜ୍ୟରେ ଯୌନ ନିର୍ଯାତନା,ହିଂସା ଓ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନାରୀ ସୁରକ୍ଷା ଉପରେ ସରକାର ଫେଲ ମାରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।ଏହାର ପ୍ରତିବାଦ ସ୍ବରୂପ ସାପ୍ତାହିକ ବଜାର ପାଖରୁ ଏକ ରାଲି ବାହାରି ଜୁନାଗଡ ଥାନାରେ ପହଁଚି ଡିଜିଙ୍କ ଉଦ୍ଧେଶରେ ଆଇଆଇସି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ରେଳିରେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ସୁବିଧା ମେହେର,ଜୁନାଗଡ ପୁର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ମହେଶ ସାହୁ,ପୁର୍ବତନ ଭବାନିପାଟଣା ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ଆଦିତ୍ୟ ନନ୍ଦ,ଦିନେଶ ବଗର୍ତ୍ତି ଓବହୁ କଲେଜ ଛାତ୍ର ଛାତ୍ରୀ, ବିଜେଡି କର୍ମୀ ସାମିଲ ହୋଇ ଥିଳେ…।କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



