ଭୂବନେଶ୍ୱର, ୦୯/୦୮ : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ସାକ୍ଷୀ ‘ରାକ୍ଷୀ’ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି । କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଅରବିନ୍ଦ ନଗରର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।
ଏହା ସହିତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୋକୁଳାନନ୍ଦ ମଲ୍ଲିକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ ହସ୍ତରେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ବିକଶିତ ଭାରତ ଗଠନରେ ଓଡ଼ିଶା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସମାଜର ୪ଟି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ବିଶେଷ କାମ କରୁଛନ୍ତି।ଓଡ଼ିଶାର ଦକ୍ଷିଣାଞ୍ଚଳରେ ଜୟପୁରରେ ସରକାରଙ୍କ ଯୋଜନା ପହଞ୍ଚାଇବା ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଏକ୍ସରେ ସମସ୍ତଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଆଜି ପବିତ୍ର ରକ୍ଷା ବନ୍ଧନ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ପୁଣି ରାଖିର ଡୋରରେ ବାନ୍ଧି ସେଇ ଅତୁଟ ବନ୍ଧନକୁ ଆଉ ଥରେ ମନେ ପକେଇବାର ଦିନ। ଏହି ପବିତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ଭାଇ ଭାବରେ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆପଣ ଓ ଆପଣଙ୍କ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରୁଛି। ଆପଣଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମେ ବଦ୍ଧପରିକର । ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଜୟପୁରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ । ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ତୃତୀୟ କିସ୍ତି ଟଙ୍କା ଯିବ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
