କାନ୍ଦୁଛନ୍ତି ଯାତ୍ରୀ, ହାତଯୋଡ଼ି ବସିଛି ପୌପରିଷଦ କେବଳ ଗଛ ହିଁ ମୂକ ସାକ୍ଷୀ
ତାଳଚେର, ୦୯/୦୮ ତାଳଚେର ପୌରପରିଷଦ ପକ୍ଷରୁ ଯାତ୍ରୀଙ୍କ ସୁବିଧା ନେଇ ବହୁବର୍ଷ ପୂର୍ବରୁ ସ୍ଥାନୀୟ ହାଟତୋଟା ଠାରେ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଯାଇଥିଲା । ଏହି ଯାତ୍ରୀ ବିଶ୍ରାମ ଗୃହରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ, କଲେଜ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ବସକୁ ଅପେକ୍ଷା କରି ରହିଥାନ୍ତି ଓ ସେହି ଯାତ୍ରୀ ବିଶ୍ରାମ ଗୃହଟି ସବୁ ବେଳେ ଚଳଚଚଂଳ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ କୌଣସି ଆଶଙ୍କା ଦେଖାଦେଇନଥାଏ । ମାତ୍ର ପୌରପରିଷଦକୁ କ’ଣ ଏତେ ଅଭାବ ପଡ଼ିଲା ଯେ, ଉକ୍ତ ବିଶ୍ରାମ ଗୃହକୁ ଭାଙ୍ଗି ସେହି ସ୍ଥାନରେ ଦୁଇ ଦୁଇଟି ଦୋକାନ ଗୃହ ନିର୍ମାଣ କରାଇ ଦୋକନ ଗୃହକରି ନିର୍ଦ୍ଧିଷ୍ଟ ବ୍ୟବସାୟୀଙ୍କୁ କିପରି ପ୍ରଦାନ କରି ଦିଆଗଲା । ବିଗତବର୍ଷରେ ସେହି ବିଶ୍ରାମ ଗୃହରେ ଲକ୍ଷ୍ମୀ ପୂଜା ବ୍ୟବସାୟୀମାନେ କରିଥାନ୍ତି ଓ ସେହି ଅଂଚଳଟି ଚଳଚଚଂଳ ହୋଇପଡ଼ିଥାଏ । ପୂର୍ବତନ ନଗରପାଳ ସ୍ୱର୍ଗତ ରବି ନାହାକ ଯାତ୍ରୀମାନଙ୍କ ସୁବିଧା ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ଏହି ଗୃହଟିକୁ ନିର୍ମାଣ କରାଇଥିଲେ । ବେଶ କିଛି ବର୍ଷ ଏହି ଯାତ୍ରୀବିଶ୍ରାମ ଗୃହଟିରେ ଯାତ୍ରୀମାନେ ବସ ଓ ବିଭିନ୍ନ ଯାତ୍ରୀବାହୀ ଗାଡ଼ି ମଟରରେ ଯିବା ଆସିବା ନେଇ ଅପେକ୍ଷା କରି ରହିଥାନ୍ତି ଓ ସେହି ବସଷ୍ଟେପେଜ ସମ୍ମୁଖରେ ରହିଥିବା ବୁଢ଼ା ନିମ ବୃକ୍ଷ ହିଁ ଏହାର ମୂଳସାକ୍ଷୀ ରହିଛି । ତେବେ ଏହି ଗୃହଟି ବ୍ୟବସାୟୀକ କେନ୍ଦ୍ର ହୋଇଯିବାପରେ ବର୍ତମାନ କାନ୍ଦୁଛନ୍ତି ଯାତ୍ରୀ ଏହାକୁ ବେଶ ବାରମ୍ବାର କିଣାବିକା କରି ହସୁଛି ପୌରପରିଷଦ ବୋଲି ସେଠିକାର ଅଂଚଳବାସୀ ଏହା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ପୌରଅଧିକାରୀକୁ ପଚାରିବାରୁ ସେ କୁହନ୍ତି ମୁଁ ଅବଗତ ନୁହେଁ ଆରଟିଆଇରେ ଆପଣ ତଥ୍ୟ ମାଗନ୍ତୁ । ତେଣୁ ତୁରନ୍ତ ଯାତ୍ରୀ ଓ କଲେଜ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ତାଳଚେର ଉପଜିଲ୍ଳାପାଳ ସମୀର ଜେନା ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
