ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜନ୍ମ ଜୟନ୍ତି ପାଳିତ…

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧିନସ୍ଥ ହାବସପୁର ମଣ୍ଡି ପରିସରରେ ୧୬୪ ତମ ଜିଲ୍ଲାସ୍ତରୀୟ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଉକ୍ତ ସଭାରେ କଳାହାଣ୍ଡି ମେହେର ସଭାର ସଭାପତି ଦିଲୀପ କୁମାର ମେହେର, ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ନାଥ ମେହେର, ମୁଖ୍ୟ ବକ୍ତା ସତ୍ୟ ନାରାୟଣ ମୁଣ୍ଡଛିନା, ଉପଦେଷ୍ଟା ଶ୍ରୀବତ୍ସ ମେହେର, ଉପସଭାପତି ବନମାଳୀ ମେହେର, କଳାହାଣ୍ଡି ମେହେର ସମାଜର ପରାମର୍ଶ କମିଟି ର ବିଭୁତି ମେହେର, ବଦାନ୍ୟ ବ୍ୟକ୍ତି ରାମେଶ୍ୱର ମେହେର,ଚି଼ଚେଗୁଡା ସଭାପତି ଜ୍ଞାନ ରଞ୍ଜନ ମେହେର, ସମ୍ପାଦକ ବିଦ୍ୟାଧର ମେହେର, ରାଜ୍ୟ ଯୁବା ମଞ୍ଚର ସଭାପତି ଶକ୍ତି ପ୍ରସାଦ ମେହେର, କଳାହାଣ୍ଡି ଯୁବ ମଞ୍ଚର ସଭାପତି ଗୋପାଳ ଚନ୍ଦ୍ର ମେହେର ଉପସ୍ଥିତ ରହି ଜନ୍ମ ଜୟନ୍ତୀ ପାଳନ କରିଥିଲେ l ହାବସପୁର ମେହେର ସମାଜର ରବିଚନ୍ଦ୍ର ମେହେର, ସୁଦାଂଶୁ ମେହେର, ଭବାନୀ ଶଙ୍କର ମେହେର ସଭାକୁ ଆୟୋଜନ କରିଥିଲେ l ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




