ଖଣିପରେ କେନ୍ଦୁଝର ଜିଲ୍ଲା ଏବେ ଧଳାଯହର କାରବାରୀଙ୍କ ଆଡ୍ଡା ପାଲଟିଛି।

ବିଗତ ଦିନରେ କେନ୍ଦୁଝର ଜିଲ୍ଲା ଖଣି ମାଫିଆ ମାନଙ୍କ କବଜ୍ଜା ରେ ଥିବା ବେଳେ ଏବେ ଏହାର କବଜ୍ଜା ନିଶା ଦ୍ରବ୍ୟ କାରବାରୀ ଙ୍କ କବଜ୍ଜା ଥିବା ପରି ମନେହୁଏ। ଯାହାକି ସୂଚନା ରହିଛି ବିଗତ ଦିନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରୁ ଧଳା ଯହର କାରବାରରେ ଜଡ଼ିତ ଅଭିଯୁକ୍ତଙ୍କୁ କେନ୍ଦୁଝର ପୋଲିସ୍ କାବୁ କରିଥିବା ବେଳେ ପୁଣି ଏବେ କେନ୍ଦୁଝରରୁ ୧୪୬ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର୍ ଜବତ କରିବା ସହ, ଏହି ମାମଲାରେ ଜଡିତ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ କେନ୍ଦୁଝର ସଦର ଥାନା ଅଞ୍ଚଳରେ ବେଆଇନ ବ୍ରାଉନ୍ ସୁଗାର୍ କାରବାର ହେଉଥିବା ଖବର ପାଇ ସଦର ଥାନା ପୋଲିସ୍ ଓ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ଼ ମିଳିତ ଭାବେ ଚଢ଼ାଉ କରିଥିଲେ । ଏଥିରେ ସଦର ଥାନା ଗୋବର୍ଦ୍ଧନ ର ଅମିତ କୁମାର ସାହୁ ଓ ସୁଧୀର ଚନ୍ଦ୍ର ବେହେରାଙ୍କ ଠାରୁ ୧୪୬ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର୍ ଜବତ କରିବା ସହିତ, ସେମାନେ ବ୍ୟବହାର କରୁଥିବା ଏକ ହିରୋ HF Deluxe ମଟର୍ ସାଇକେଲ୍ ଜବତ କରିଥିଲେ । ଏହି ବ୍ରାଉନ୍ ସୁଗାର୍ ସେମାନେ ଅନୁଗୁଳ ରୁ ଆଣି ସଦର, ଟାଉନ୍ ଓ ତୁରୁମୁଙ୍ଗା ଅଞ୍ଚଳରେ ଥିବା ସ୍ଥାନୀୟ ନିଖା ବେପାରୀଙ୍କୁ ବିକ୍ରୀ କରୁଥିବା ସେମାନେ କହିଥିଲେ । ଏହାପରେ, ଏହି ନିଶା କାରବାରରେ ସମ୍ପୃକ୍ତ ସମୁଦାୟ ୮ ଜଣଙ୍କୁ ଗିରଫ କରିବା ସହିତ, ସେମାନଙ୍କଠାରୁ ୩ଟି ବାଇକ୍, ୬ଟି ମୋବାଇଲ୍ ଫୋନ୍, ଗୋଟିଏ କାର୍ ଓ ନଗଦ ୪୯ଶହ ଟଙ୍କା ଜବତ ହୋଇଥିବା ନେଇ ସୂଚନା। ଗିରଫ ୮ ଜଣ ହେଲେ, ସଦର ଥାନା ଗୋବର୍ଦ୍ଧନ ଗାଁର ଅମିତ କୁମାର ସାହୁ ଓ ସୁଧାର ଚନ୍ଦ୍ର ବେହେରା, ବନାଯୋଡ଼ି ଗାଁର ମୁନା ବ୍ରହ୍ମ, ଟାଉନ୍ ଥାନା ମାଇନିଂ ରୋଡ଼୍ ର ବିଶ୍ଵଜିତ ତ୍ରିପାଠୀ, ତୁରୁମୁଙ୍ଗାର ଅନିଲ କୁମାର ସାହୁ, ଟାଉନ୍ ଥାନା ଭାଳୁକିପାତଳାର ଶ୍ରବଣ ସାହୁ, ବୁଲାଦ୍ଵାରସାହିର ସାହାରୁଖ୍ ଖାନ୍ ଓ ବାବୁଲାଲ୍ କଲୋନୀର ସାହିଲ୍ ଖାନ୍ । ତେବେ କେନ୍ଦୁଝର ଜିଲ୍ଲାରେ ଏହି ଧଳା ଜହର କାରବାରୀଙ୍କ ଏକ ମୋଟା ରାକ୍ୟାଟ କାର୍ଯ୍ୟ କରୁଥିବା ନେଇ ସନ୍ଦେହ ହୁଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


