ଭୁବନେଶ୍ୱର – ଖୁବ୍ ଶୀଘ୍ର ଆସିବ ବିଜେପି ସରକାରରେ ନିଗମ, ବୋର୍ଡ଼ର ପ୍ରଥମ ତାଲିକା। ଅଗଷ୍ଟ ୧୫ରୁ ଅଗଷ୍ଟ ୨୦ ମଧ୍ୟରେ ତାଲିକା ଆସିପାରେ ବୋଲି ରାଜ୍ୟ ସଭାପତି ଦେଲେ ସୂଚନା। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା ପ୍ରସ୍ତୁତ ହେଉଛି। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ଼ ସହ ରାଜ୍ୟ ବିଜେପି ଟିମ୍ ବ ଖୁବ୍ ଶୀଘ୍ର ଗଢାଯିବ।
କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ତେବେ ନିଗମ ଓ ବୋର୍ଡ଼ ତାଲିକା ଦିଲ୍ଲୀରେ ନୁହେଁ, ଭୁବନେଶ୍ବରରେ ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନମୋହନ। ଦିଲ୍ଲୀରେ ପ୍ରତି ବୁଧବାର ସାଂସଦମାନଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ଥାଏ। ଏଥର ଦିଲ୍ଲୀ ଗସ୍ତରେ ଥିବାରୁ ସାଂସଦମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲେଚନା ହୋଇଛି ବୋଲି ସଭାପତି କହିଛନ୍ତି।ରାଜ୍ୟରେ ମୋଟ ୫୬ଟି ନିଗମ ଥିବା ବେଳେ କିଛି ନିଗମରେ ଅଫିସରମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୪୦ଟି ନିଗମ ଏବଂ ବୋର୍ଡ଼ରେ ରାଜନୈତିକ ନିଯୁକ୍ତି ଦିଆଯିବ। ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦୀ ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଆଶା କରିଛନ୍ତି। ସଙ୍ଗଠନରେ ୩୩ ପ୍ରତିଶତ ମହିଳାଙ୍କ ଭଳି ସରକାରରେ ମହିଳାଙ୍କ ଭାଗିଦାରୀ ବଢିବ ବୋଲି ମହିଳା ମୋର୍ଚ୍ଚା ମୁଖ୍ୟ ଆଶା ରଖିଛନ୍ତି। ନିଜ ଟିମ୍ ଗଢିବା ସହ ନିଗମ ଓ ବୋର୍ଡ଼ ନିଯୁକ୍ତି ଦଳ ପାଇଁ ସଭାପତିଙ୍କ ପାଇଁ ବଡ଼ ଆହ୍ବାନ। ଅସନ୍ତୁଷ୍ଟଙ୍କୁ ମନାଇବା, ପରାଜିତ ପ୍ରାର୍ଥୀଙ୍କୁ ଥଇଥାନ କରିବା ଯେତିକି ଗୁରୁତ୍ବ ବହନ କରୁଛି, ଦଳୀୟ ଆନୁଗତ୍ୟ ସହିତ ଦକ୍ଷତା ଓ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା ସେତିକି ଜରୁରୀ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


