କେନ୍ଦୁଝର ଜିଲ୍ଲାପାଇଁ ଜମଦୂତ ସାଜିଥିବା ଜାତୀୟ ରାଜପଥ ୫୨୦ରେ ପୁଣି ଗଡିଲା ମୁଣ୍ଡ
ସଡ଼କ ଦୁର୍ଘଟଣାରେ ବାପ ଝିଅଙ୍କ ମୃତ୍ୟୁ ମାଆ ଗୁରୁତର ଆହତ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦେଇ ଯାଇଥିବା ୫୨୦ନମ୍ବର୍ ଜାତୀୟ ରାଜପଥ ରେ ପୁଣି ଗଡିଲା ମୁଣ୍ଡ,ସଡ଼କ ଦୁର୍ଘଟଣାରେ ଦୁଇଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଇଁ ଜମଦୂତ ସାଜିଥିବା ୫୨୦ନମ୍ବର୍ ଜାତୀୟ ରାଜପଥ ରୁଗୁଢି ଥାନା ଅନ୍ତର୍ଗତ ଟୋପାଢି ନିକଟରେ ବାପା ମାଆ ଓ ଛୁଆ ଯାଉଥିବା ବେଳେ ଗାଡ଼ି ଧକ୍କା ରେ ଘଟଣା ସ୍ଥଳରେ ବାପ ଝିଅଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନେଇ ସୂଚନା, ତେବେ ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି , ସ୍ଥାନୀୟ ବାସିନ୍ଦା ମାନେ ରାଜରାସ୍ତାକୁ ଅବରୋଧ କରିଥିବା ନେଇ ସୂଚନା। ମୃତକ ଜଣକ ହେଲେ ଦିଲୀପ ସିଙ୍କୁ ଓ ତାଙ୍କ ତାଙ୍କ ଦୁଇବର୍ଷର ଝିଅ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


