ଦଧିବାମନ ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ
ଭଟଲି (ଅଭିମନ୍ୟୁ ପଧାନ):- ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟ ପରିସରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସରୋଜ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ଅବସରରେ ମୁଖ୍ୟ ବକ୍ତା ଭାବରେ ଡି. ଏ. ଭି. ସ୍ଵୟଂଶାସିତ ମହାବିଦ୍ୟାଳୟ ଟିଟିଲାଗଡ଼ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଗଙ୍ଗାଧର ମେହେର ସାହିତ୍ୟରେ ସ୍ବାଭିମାନର ପ୍ରତୀକ ଖଦ୍ୟୋତ ବୋଲି ମତ ଉପସ୍ଥାପନ କରିଛନ୍ତି। ଖଦ୍ୟୋତର ଖେଦ କବିତାଟି ଓଡ଼ିଆ କବିତାର ଖଦ୍ୟୋତ ପ୍ରତି ଦୃଷ୍ଟିଭଙ୍ଗୀର ଧାରା ବଦଳେଇ ଦେଇଥିଲା। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ମୋହନ ସାହୁ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଗଙ୍ଗାଧର ସାହିତ୍ୟର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶ୍ରୀଦାଶ ତପସ୍ୱୀନି କାବ୍ୟରେ ରାଜଧର୍ମ ବିଷୟରେ ଗଭୀର ଆଲୋକପାତ କରିଥିଲେ। ଅଧ୍ୟାପକ ଶମ୍ଭୁନାଥ ଠାକୁର ସଭା ସଂଯୋଜନା ଏବଂ ଅଧ୍ୟାପିକା ସୀମା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ସଂଗ୍ରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଙ୍ଗାଧର ସାହିତ୍ୟ ଆଧାରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।



