ହର ଘର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ
- ବିବିଧତା ମଧ୍ୟରେ ଏକତାର ବାର୍ତ୍ତା
- ସାମିଲ ହେଲେ ସବୁ ବର୍ଗର ଜନସାଧାରଣ

ଢେଙ୍କାନାଳ : ୧୩/୦୮- ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦିଏ ଭାରତବର୍ଷ l ଏଠି ବିଭିନ୍ନ ପ୍ରକାରର ଜାତି, ଧର୍ମ, ବର୍ଣ୍ଣ, ଭୌଗଳିକ ପରିବେଶ ର ଲୋକ ମାନେ ବସବାସ କରୁଛନ୍ତି l ମାତ୍ର ସମସ୍ତେ ଗୋଟେ ଏକତାର ମନ୍ତ୍ର ରେ ବନ୍ଧା ଯାହାକି ସେମାନଙ୍କୁ ଭାରତୀୟ ଭାବେ ପରିଚୟ ପ୍ରଦାନ କରେ l ଏହି ମହାନ ଚିନ୍ତାଧାରାର ନିଦର୍ଶନ ସ୍ୱରୂପ ବର୍ତ୍ତମାନ ସାରା ଭାରତରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲୁରହିଛି l ଏହି କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏହା ଆମ ବ୍ୟକ୍ତିତ୍ୱ ଏବଂ ପାରଦର୍ଶିତାର ପ୍ରତିଫଳନ l ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହେଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ହିଁ ଏହି ଅଭିଯାନର ମୂଳ ମନ୍ତ୍ର l
ଏହି ପ୍ରରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାର ବାଜି ଚୌକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖସ୍ଥ ମିନି ଷ୍ଟାଡିଅମ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଜିଲ୍ଲା ପ୍ରଶାସନ ତରଫରୁ ର ଆୟୋଜନ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିର ମା ମାନେ, ଜିଲ୍ଲାର କଳାକାର ଗୋଷ୍ଠି, ସହରର ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମାଜିକ ଅନୁଷ୍ଠାନ, ପ୍ରଶାସନିକ ଅଧିକାରୀଗଣ ଓ ଗଣମାଧ୍ୟମର ପ୍ରତିନିଧି ବୃନ୍ଦ ଉତ୍ସାହ ଓ ଗର୍ବର ସହିତ ଜାତୀୟ ପତାକା ଧରି ଏବଂ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ।
ଏହି ତ୍ରିରଙ୍ଗା ଯାତ୍ରାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ସ୍ତରୀୟ ଅଧିକାରୀ,ସହରର ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଯୋଗଦେଇଥିଲେ l




