*ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟରେ ‘ତ୍ରିରଙ୍ଗା ଯାତ୍ରା’ ଅନୁଷ୍ଠିତ*

କଳାହାଣ୍ଡି ଧର୍ମଗଡ : ୧୩/୦୮ : ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ସମସ୍ତ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଯାତ୍ରା ତଥା ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏକ ଦୀର୍ଘ ପତାକା ଓ ୨୦୦ ଟି ଜାତୀୟ ପତାକାକୁ ଧରି ବିଭିନ୍ନ ସ୍ଲୋଗାନ ଦେଇ ଧର୍ମଗଡ଼ ସହର ପରିକ୍ରମା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ନିମାଇଁ ଚରଣ ପାତ୍ର, ସରୋଜ କୁମାର ପଣ୍ଡା, ଲିଙ୍ଗରାଜ ପାତ୍ର, ଭାର୍ଗବ କୁମାର ସାହୁ ପ୍ରମୁଖ ଏହି ତ୍ରିରଙ୍ଗା ଯାତ୍ରାରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ ଓ ଖେଳ ଶିକ୍ଷକ ଅଭୟ ବାଗଙ୍କ ନେତୃତ୍ୱରେ ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଦୀନବନ୍ଧୁ ବାଗ, ଅଧ୍ୟାପିକା ମନିଷା ସାହୁ, ଅଞ୍ଜଳି ମାଝୀ ତଥା ରାଜେନ୍ଦ୍ର ନାଗ, ବିମ୍ବାଧର ନାଏକ, ରଜନୀକାନ୍ତ ନାଏକଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପିକା/ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ୍ ହେବା ସହ ସହାୟତା କରିଥିଲେ । କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




