
ଗୋଲାମୁଣ୍ଡା ୧୩/୦୮/୨୫ ()କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ଵରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ସ୍ଵତନ୍ତ୍ର ବିଭାଗୀୟ ଡାକ୍ତରୀ ଦଳ ଆସି ଉକ୍ତ ଶିବିରରେ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ଆସିଥିବା କୋଣ ଅନୁକୋଣ ସରକାରୀ ରେଜିଷ୍ଟି ଭୁକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଚିକିତ୍ସା ସାଙ୍ଗକୁ ନୂତନ ଭିନ୍ନକ୍ଷମ ଚିହ୍ନଟ କରି ତାଙ୍କ ଭବିଷ୍ୟତରେ ଦୁଃଖ ସୁଖର ମହାନ ବ୍ୟକ୍ତି ଶ୍ରୀମାନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମହାନତା ସହିତ ସରକାରଙ୍କ ଅନେକ ସୁବିଧା ପାଇବା ପାଇଁ କାର୍ଯ୍ୟକ୍ରମଟିର ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ଏସ ଏସ ଓ ଦୀପକ ବେହେରା,ବି ଏସ ଏସ ଓ ଚନ୍ଦ୍ର ହାସ୍ୟ ବିହାରୀ, ବରିଷ୍ଠ ସାମ୍ବାଦିକ ରାମ କୁମାର ସେନାପତି, ଦାମୋଦର ଦାସ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ଜିଲ୍ଲା ଏ ଏସ ଏସ ଓ ଅଧିକାରୀ ଡୋଳାମଣି ପ୍ରଧାନ, ଜାତୀୟ ଏ ଏସ ଏସ ଚନ୍ଦ୍ରଶେଖର ମୁଣ୍ଡ ମଞ୍ଚାସିନ ଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟିକୁ ଏ ବି ଡି ଓ ବିଜୟ କୁମାର ନାଏକ ପରିଚାଳନା କରିଥିଲେଗୋଲାମୁଣ୍ଡା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ



