14/08/2025 ଢେଙ୍କାନାଳ, ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହର ଉଦ୍ଜାପନୀ ଦିବସ ପାଳନ କରାଯାଇଥିଲା l ଏହି ଦିବସଟି ପାଳନ ଅବସରରେ ପିଲାମାନଙ୍କ ମଧ୍ୟରେ ସଂସ୍କୃତ ବକ୍ତୃତା, ଶ୍ଳୋକ ଆବୃତି ଆଦି ପ୍ରତିଯୋଗିତାମାନ କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅପରାହ୍ନରେ ବିଦ୍ୟାଳୟର ସଭା ଗୃହରେ ପିଲାମାନଙ୍କଦ୍ୱରା ରଚିତ ସଂସ୍କୃତ ପଦ୍ୟ ଓ ଲିପି ମାନ ପ୍ରଦର୍ଶନ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ସଂସ୍କୃତ ଭାଷାର ମହାନତା ଓ ଜୀବନରେ ଏହାର ଆବଶ୍ୟକତା ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ l ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠା ସଂସ୍କୃତ ଭାଷାକୁ ଜୀବନରେ କିପରି ପେଷା କରି ବଞ୍ଚିହେବ ସେ ସମ୍ପର୍କରେ ଦିଗ୍ ଦର୍ଶନ ଦେଇଥିଲେ l ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଲିପିକା ନାୟକଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l

April 29, 2026/
No Comments


