
ସମାଜରେ ବସବାସ କରୁଥିବା ଶିଶୁକନ୍ୟା, ଶିଶୁ ଭ୍ରୁଣ ହତ୍ୟା ରୋକିବା ନିମନ୍ତେ ଓ ଶିଶୁଙ୍କ ସହିତ ମହିଳାଙ୍କୁ ସୁରକ୍ଷା ଦେବା ଆମ୍ଭମାନଙ୍କର ପ୍ରାଥମିକତା ବୋଲି ବୁଧବାର ଦିନ ଅନୁଗୁଳ ଜିଲ୍ଲାପାଳଙ୍କ କକ୍ଷ ଠାରେ ଏକ ବୈଠକ ଆୟୋଜନ ହୋଇଥିଲା। ଏହି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତିମୟ ଙ୍କ ନେତୃତ୍ୟ ରେ ଆୟୋଜନ ହୋଇଚି । ଏହି ବୈଠକ ଅନୁଗୁଳ ଜିଲ୍ଲା ର DSWO, DAO, DD Horticulture, DEO, DMFT, DCPO, DPC Mission shakti, CDPO, DPA Poshan & DHEW staff ଅଂଶ ଗ୍ରହଣ କରିଥିଲେ। ଗୋଟିଏ ଝିଅ ଜନ୍ମ ଉପଲକ୍ଷେ ପାଞ୍ଚଟି (୫) ଗଛ ରୋପଣ କରିବା ଉପରେ ଗୁରୁତ୍ୱ ଦିଆଗଲା ।ସମାଜ ଲାଗି ପ୍ରତ୍ୟେକ ଶିଶୁପୁତ୍ର ସହିତ ଶିଶୁକନ୍ୟାମାନଙ୍କର ଆବଶ୍ୟକତା ରହିଛି। ଶିଶୁକନ୍ୟାଙ୍କୁ ଶିକ୍ଷା ଓ ସମସ୍ତ କାର୍ଯ୍ୟରେ ସାମିଲ କରାଯିବା ସହ ସେମାନଙ୍କୁ ସୁରକ୍ଷା ଦେବା ଜରୁରୀ । ଯଦିଓ କୌଣସି କାରଣରୁ ବା କୌଣସି ଘଟଣାକୁ ନେଇ ଶିଶୁ, ଶିଶୁକନ୍ୟା ଓ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆସୁଛି ତୁରନ୍ତ ସରକାରୀସ୍ତରରେ ) ଜାରି କରାଯାଇଥିବା ଏହି ୧୦୯୮/ ୧୧୨ ହେଲ୍ପଲାଇନ ନମ୍ବର ସହିତ ଯୋଡ଼ି ହେବାକୁ ସୂଚନା ଦିଆଯାଇଛି।




