ମନରେଗା କାର୍ଯ୍ୟରେନିମ୍ନ ମାନର କାମକରି ସରକାରୀ ଟଙ୍କା ହରିଲୁଟ

ଗୋଲାମୁଣ୍ଡା/୧୪/୮/୨୫/କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର କାମ ବିନିଯୋଗ କରି ଥିବା ବେଳେ ସଠିକ୍ ଭାବେ ସେହି କାର୍ଯ୍ୟ ସମ୍ପନ୍ନ ନ କରି ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି, ଏ ଭଳି ଏକ କାର୍ଯ୍ୟ ଦେଖିବାକୁ ମିଲୀଛି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାର ହଲଦି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଘୋଟିଆ ବିଶିପଡା ଲିଙ୍ଗ ସାଗର ଟ୍ୟାଙ୍କ ଠାରେ ଗାର୍ଡୱାଲ ଓ ଟିଶିବି ଗାତ ଖୋଲା କାର୍ଯ୍ୟରେ।, ଗାର୍ଡ ୱାଲ କାର୍ଯ୍ୟର ଦଶ ଲକ୍ଷ ଟଙ୍କାର ଫଳକ ଥିବା ବେଳେ ଟିସିବି ଗାତର ସୁଚନା ଫଳକ ଲେଖା ନ ହୋଇ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି ଏହି କାର୍ଯ୍ୟ ନିମ୍ନ ମାନର ହୋଇ ଥିବା ନେ଼ଇ ବିଶି ପଡ଼ାର ନରେଶ କୁମାର ଟୋଲଟିଆ, ମଦନ ମାଝୀ ପ୍ରମୁଖ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ନିକଟରେ ଅଭିଯୋଗ କରିଛନ୍ତି, ଏହି ନିମ୍ନ ମାନର କାର୍ଯ୍ୟକୁ ନେ଼ଇ ଖମାର ହଲଦି ଗ୍ରାମ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ କୁ ଜଣାଇ ଥିଲେ ମଧ୍ୟ ତାହା ଠିକା ଦାର୍ ଓ ଏ ଡିଓ ଜାଣିବେ ବୋଲି ମୋତେ କହି ଥିବାରୁ ମୁଁ ଗୋଲାମୁଣ୍ଡା ବ୍ଲକ ଜନ ସାମ୍ୱାଦିକ ଙ୍କୁ ଡାକି ପ୍ରତିକ୍ରିୟା ପ୍ରକାଶ କରିଛି ଯେ ତୁରନ୍ତ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ମହାଶୟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଉ, ନଚେତ ଉକ୍ତ କାର୍ଯ୍ୟ ପାଇଁ ଆଗମି ଦିନରେ ତୀବ୍ର ଅସନ୍ତୋଷ ଦେଖା ଦେବ ବୋଳି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି, ଏହି ପରିପ୍ରେକ୍ଷୀରେ , ଏଡିଓ କୁସୁମ ମଞ୍ଜରି ମେହେର ଓ ସରପଞ୍ଚ ରବିନ୍ଦ୍ର କୁମାର ମୁଣ୍ଡ ଙ୍କୁ ଫୋନ ଯୋଗେ ପଚାରିବାରୁ ଉଭୟେ କହିଲେଯେ ତାହା ପାଞ୍ଚ ଲକ୍ଷ ଟଙ୍କାର କାର୍ଯ୍ୟର ଟିଶିବି ଗାତ ଖୋଲା ଯାଇଛି ବୋର୍ଡ ତିଆରି ହୋଇଛି, ବର୍ଷା ଯୋଗୁଁ ଲେଖା ହୋଇ ନାହି ଆଜି ସୁଚନା ଫଳକରେଲେଖା ହେବ ବୋଲି କହି ଥିଲେ, ଓ ଶ୍ରମିକ ମାନଙ୍କ ଡିମାଣ୍ଡ ଚାଲିଛି, ଏପି ଓ ଙ୍କ ଫୋନ ସଂଯୋଗ ହୋଇ ପାରି ନାହିଁ,ଆସନ୍ତୁ ଶୁଣିବା ନରେଶ କୁମାର ଟୋଲଟିଆ ଓ ମଦନ ମାଝୀ ଙ୍କ ପ୍ରତିକ୍ରିୟା,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



