ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳନ
ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସିବିଏସଇ ବୋର୍ଡ ଆଧାରିତ ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ଲେ ସ୍କୁଲଟି ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତତ୍ୱାବଧାନରେ ପରିଚାଳିତ ହେଉଅଛି l ମୁଖ୍ୟ ଅତିଥି ଭାବେ ସ୍କୁଲର ସଭାପତି ତଥା ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୋରମର ଯୁଗ୍ମ ସମ୍ପାଦକ ଦିଲ୍ଲୀପ ରାଉତ ଓ ସମାଜସେବୀ କିଶୋର ଚନ୍ଦ୍ର ବେହେରା, ଇଂ ସ୍ୱାଗତ ସିଂ ଏବଂ ଆଇନଜୀବୀ ଗିରିଜା ମହାନ୍ତି ଯୋଗଦେଇଥିଲେ l କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ କାହ୍ନା ଓ ରାଧା ପୋଷାକରେ ଅତିଥି ମାନଙ୍କୁ ସ୍ୱାଗତ କରି ମନ ମୋହିଥିଲେ l ଓଡ଼ିଆ ପରମ୍ପରା ଓ ରୀତିନୀତିର ସହିତ ରାଧାକୃଷ୍ଣ ଯୁଗଳ ଭାବରେ କୁନି କୁନି ପିଲାମାନେ ଆଧ୍ୟାତ୍ମିକ ଭଜନରେ ନାଚଗୀତ ପରିବେଷଣ କରିଥିଲେ l ସ୍କୁଲର ଅଧ୍ୟକ୍ଷ ରୁଦ୍ରପ୍ରସାଦ ହୋତା, ଶିକ୍ଷୟିତ୍ରୀ ବିଚିତ୍ରା ସାହୁ, କବିତା ପାଣି, ସ୍ୱରୂପାରାଣୀ ଶତପଥି, ସାଗରୀକା ରାଉତ, ବିଭାମୟୀ ବେହେରା ଓ ଶୁଭସ୍ମିତା ଦାସ ପରିଚାଳନା କରିଥିବା ବେଳେ ଫୋରମର ଉପଦେଷ୍ଟା ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ l ସ୍କୁଲର ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
