
ବଡ଼ବିଲ ପୌରାଞ୍ଚଳରେ ୭୯ତମ ସ୍ଵାଧୀନତା ଦିବସ ଅତି ଆଡ଼ମ୍ବର ସହକାରେ ପାଳନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ତଥା ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ରେ ଅତି ହର୍ଷଉଲ୍ଲାସ ଓ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି ୭୯ତମ ସ୍ଵାଧୀନତା ଦିବସ।

ଏହି ଅବସରରେ ବଡ଼ବିଲ ତହସିଲ କାର୍ଯ୍ୟାଳୟ ଠାରେ ବଡ଼ବିଲ ତହସିଲଦାର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଡବିଲ ଉପଖଣ୍ଡ ଆରକ୍ଷୀ ଙ୍କ କାର୍ଯ୍ୟାଳୟ ରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବଡ଼ବିଲ ଥାନା ପରିସରରେ ଓ ସ୍ୱେଚ୍ଛାେବୀ ସଙ୍ଗଠନ ସେବା ଗ୍ରୁପ୍ କାର୍ଯ୍ୟାଳୟ ରେ ବଡ଼ବିଲ ଥାନା ଅଧିକାରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଡ଼ବିଲ ପୌରପାଳିକା ଓ ବଡ଼ବିଲ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଉତ୍ସବ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଉତ୍ସବ ପଡିଆଠାରେ ବଡ଼ବିଲ ପୌରାଞ୍ଚଳ ରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ୍ ପ୍ରଦର୍ଶନ କରିବା ସହ ସମୂହ କଳା କୌଶଳ ପ୍ରଦର୍ଶନ କରିଥିଲେ, ପ୍ୟାରେଡ ପ୍ରଦର୍ଶନ ବେଳେ ନଗରପାଳ ଅଭିବାଦନ ଗ୍ରହଣ କରିଥିଲେ ଏହି ଅବସରରେ ସମସ୍ତ ୱାର୍ଡ଼ ମେମ୍ବର ଏବଂ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଉପସ୍ଥିତ ରହି ଆଜିର ସ୍ଵାଧୀନତା ଦିବସ ପାଳନ କୁ ଉପଭୋଗ କରିଥିଲେ ଏବଂ ବଡ଼ବିଲ ନଗରପାଳ ଓ ତାଙ୍କ ସମସ୍ତ ସହଯୋଗୀ ଓ ବଡ଼ବିଲ ପୌରଅଧିକାରୀ କର୍ମଚାରୀଙ୍କୁ ନେଇ ବଡ଼ବିଲ ପୌରାଞ୍ଚଳ ରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ୍ କରଯାଇଥିଲା। ସେହିପରି ବିଭିନ୍ନ ସରକାରୀ ବେ ସରକାରୀ, ସ୍କୁଲ କଲେଜ୍ ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ମଧ୍ୟ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



