ଜିଲ୍ଲା ଆଦିବାସୀ ଭବନରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ପାଳିତ

ଭବାନୀପାଟଣା, (ଜାଗ୍ରତ ଭାରତ) ଭବାନୀପାଟଣା ନିକଟସ୍ଥ କନ୍ଦ ବନ୍ଦୋପଲI ସ୍ଥିତ ନବନିର୍ମିତ ଜିଲ୍ଲା ଆଦିବାସୀ ଭବନ ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ର ସଭାପତି ତଥା ଯୁବ ସମାଜ ସେବି ଏବଂ ଭାରତୀୟ ଜନତା ପାର୍ଟିର ଜିଲ୍ଲା ମୁଖପାତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତଳନ କରିବା ସହ ଉପସ୍ତିତ ଦେଶପ୍ରେମୀ ମାନଙ୍କୁ ନିଜର ଉଦବୋଧନ ରଖିଥିଲେ। ଜିଲ୍ଲା ଆଦିବାସୀ ସଂଘ ଭବାନୀପାଟଣା ନଗର ସଭାପତି ଶ୍ରୀଯୁକ୍ତ ଧବଳେଶ୍ୱର ମାଝୀଙ୍କ ନେତୃତ୍ୱରେ ଏବଂ ଯୁବ ଆଦିବାସୀ ନେତା ତଥା ସମାଜସେବୀ କେଶବ ମାଝିଙ୍କ ସହଯୋଗରେ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ୭୯ ତମ ସ୍ୱାଧୀନତା ଦିବସ ଧୂମଧାମ ରେ ପାଳନ କରିଥିଲେ। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଆଦିବାସୀ ମାନଙ୍କ ପ୍ରତି ଥିବ ପ୍ରଗାଢ଼ ଭଲ ପାଇବା ଓ ଗଭୀର ସମ୍ମାନ ଯୋଗୁଁ ତାର ପ୍ରମାଣ ସ୍ୱରୂପ ଭାରତବର୍ଷର ପ୍ରଥମ ମହିଳା ଆଦିବାସୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଓଡ଼ିଶାର ପ୍ରଥମ ଆଦିବାସୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝିଙ୍କ ଉଦାହରଣ ରଖିଥିଲେ I ସହୀଦ ରେଣ୍ଡୋ ମାଝୀ ଏବଂ କଳାହାଣ୍ଡିର ଜଳପୁରୁଷ କାର୍ଜି ମାଝିଙ୍କ କଥାକୁ ସ୍ମରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ଅନ୍ତର୍ଜାତୀୟ କବି ଡା.ଭବାନୀ ଶଙ୍କର ନିଆଲ ଜାତୀୟ ପତାକା ଉତ୍ତଳନରେ ସାମିଲ ହୋଇଥିଲେ।




