ଦ୍ବିତୀୟ ବର୍ଷ ପାଇଁ ଢେଙ୍କାନାଳରେ ସର୍ବାଧିକ ରକ୍ତଦାନ ପାଇଁ ସମ୍ମାନିତ ହେଲା ଟାଟା ଷ୍ଟିଲ୍ ମେରାମଣ୍ଡଳୀ
~ 2024-25 ବର୍ଷରେ 1127 ୟୁନିଟ ରକ୍ତ ସଂଗୃହୀତ
ମେରାମଣ୍ଡଳୀ– ୧୫ ଅଗଷ୍ଟ ୨୦୨୫:
ସମାଜସେବା ଓ ସ୍ବେଚ୍ଛାସେବା କାର୍ଯ୍ୟକ୍ରମ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରି, ଟାଟା ଷ୍ଟିଲ୍ ମେରାମଣ୍ଡଳୀ (TSM) ଢେଙ୍କାନାଳ ଜିଲ୍ଲାରେ ଶିଳ୍ପକ୍ଷେତ୍ରରେ ସର୍ବାଧିକ ରକ୍ତଦାନ କରିଥିବା ସଂଗଠନ ଭାବେ ଦ୍ବିତୀୟ ବର୍ଷ ପାଇଁ ସମ୍ମାନ ପାଇଛି।
୨୦୨୪-୨୫ ମସିହାରେ, TSM ର ମେଡିକାଲ୍ ସେର୍ଭିସେସ୍ ବିଭାଗ ଦୁଇଟି ସ୍ୱଇଚ୍ଛିକ ରକ୍ତଦାନ ଶିବିର ଆୟୋଜନ କରି ୧,୧୨୭ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ, ଯାହାକୁ ଢେଙ୍କାନାଳ ବ୍ଲଡ୍ ବ୍ୟାଙ୍କକୁ ଦାନ କରାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନ TSM କୁ ଜିଲ୍ଲାରେ ଶିଳ୍ପମାନଙ୍କ ମଧ୍ୟରେ ରକ୍ତଦାନ ପାଇଁ ଶୀର୍ଷ ରେ ପହଞ୍ଚାଇ ପାରିଛି ।
ସ୍ୱାଧୀନତା ଦିବସ ୨୦୨୫ ଅବସରରେ ରେ, ଶ୍ରୀ ଆଶିଷ ଇଶ୍ୱର ପାଟିଲ୍, IAS, କଲେକ୍ଟର ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍, ଢେଙ୍କାନାଳ ଏବଂ ଶ୍ରୀ ଅଭିନଭ ସୋନକର, IPS, ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ, ଢେଙ୍କାନାଳ ଙ୍କ ହାତରୁ ସମ୍ମାନ ପ୍ରାପ୍ତ କରିଥିଲେ ଡ଼. ଅବିନାଶ ଦାଶ, ସିନିଅର ମେଡିକାଲ୍ ଅଫିସର ଓ ଶ୍ରୀଦୀପ ପାଣି, ଲିଗାଲ୍ ବିଭାଗ, ଯେଉଁମାନେ TSM ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ।
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଆଗାମୀ ଦିନରେ ଏହି ଭଳି ସ୍ବେଚ୍ଛାସେବା କାର୍ଯ୍ୟକ୍ରମ ଓ ପ୍ରଭାବଶୀଳ ପ୍ରୟାସ ମାଧ୍ୟମରେ ସମାଜର ସ୍ୱାସ୍ଥ୍ୟ ଓ କଳ୍ୟାଣରେ ନିରନ୍ତର ଅବଦାନ କରିବା ପାଇଁ ପ୍ରତିବଦ୍ଧ।



