ନିର୍ଣ୍ଣୟ ହେଲା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ସମୟ
ଭଟଲି (ଅଭିମନ୍ୟୁ ପଧାନ) :-
ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ପବିତ୍ର ଭଟଲି ଧାମର ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ନିରୁପଣ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଦଧିବାମନ ମୁକ୍ତିମଣ୍ଡପ ର ସଭାପତି ପଣ୍ଡିତ ନେହେରୁଲାଲ ସତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଭାଦ୍ରବ ଶୁକ୍ଲ ପକ୍ଷ ଋଷି ପଂଚମୀ ତା. ୨୮.୦୮.୨୦୨୫ ରିଖ ଗୁରୁବାର ସିଂହ ୧୨ଦିନ ପୂର୍ବାହ୍ନ ଘ. ୯.୪୧ ମିନିଟ ରୁ ଘ. ୯.୫୫ ମିନିଟ ମଧ୍ୟେ ବିଶୁଦ୍ଧ ତୁଳ ଲଗ୍ନେ ଶୁକ୍ଲ ଯୋଗେ ସ୍ୱାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ ଧନୁ ନବାଂଶେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ନୂଆଁଭୋଗ ଅର୍ପଣ କରାଯିବାର ସ୍ଥିରୀକୃତ କରାଯାଇଛି । ଏହି ବୈଠକରେ ଦଧିବାମନ ମୁକ୍ତି ମଣ୍ଡପ ପଣ୍ଡିତ ଗୌରଚନ୍ଦ୍ର ରଥ,ପଣ୍ଡିତ ଟିକେଶ୍ୱର ମହାପାତ୍ର,ପଣ୍ଡିତ ରାଜେଶ କୁମାର ମିଶ୍ର,ପଣ୍ଡିତ ରୋହିତ ରଥ,ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ମୁଖପାତ୍ର ପଣ୍ଡିତ ଜୟଦେବ ପଣ୍ଡା, ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ଆୟୁଷ୍ମନ୍ତ ଷଢଙ୍ଗୀ, ପଣ୍ଡିତ ଶ୍ରୀବତ୍ସ ପାଣିଗ୍ରାହୀ, ପଣ୍ଡିତ ରାମେଶ୍ୱର ଷଢଙ୍ଗୀ, ପଣ୍ଡିତ ଗୋକୁଳେଶ୍ୱର ରଥ,ପଣ୍ଡିତ ବିଷ୍ଣୁଦୟା ଦାଶ,ସୁରେନ୍ଦ୍ର ମୋହନ ପଣ୍ଡା, ଦଧିବାମନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜ୍ୟୋତିଷ ସରୋଜ କୁମାର ଦାଶ ବାଙ୍କାବିହାରୀ ମିଶ୍ର,ଏବଂ ଆଞ୍ଚଳିକ କର୍ମକାଣ୍ଡିୟ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା ।



