ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ଆଞ୍ଚଳିକ ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ।

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି। କିନ୍ତୁ ଏହି ଖଣି କମ୍ପାନୀ କତୃପକ୍ଷଙ୍କ ଲାଭଖୋର ମନବୃତି ଓ ଖାମ୍ ଖିଆଲି ନୀତି ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳେ। ଏହିଭଳି ଏକ ଖଣି କମ୍ପାନୀ ହେଉଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ କାରାକୋଲ ଗ୍ରାମରେ ଗଢି ଉଠିଥିବା ରୁଙ୍ଗଟା କମ୍ପାନୀ। ଏହି ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ହେଉଥିଲେ ହେଁ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ସାଜିଛନ୍ତି ନିଦାବିଷ୍ଣୁ। ଅନେକ ସମୟରେ ଏହି ରୁଙ୍ଗଟା କମ୍ପାନୀ କତୃପକ୍ଷ ଙ୍କ ଦାଦାଗିରି ର ଶିକାର ହୋଇଥିବା ନଜିର ରହିଛି ଏଠାକାର ବାସିନ୍ଦା ଏହି ରୁଙ୍ଗଟା କମ୍ପାନୀ ପାଇଁ ନାନା ଦୁର୍ଦ୍ଦଶା ଭୋଗ କରୁଥିବା ଅଭିଯୋଗ ହୁଏ।ଏହି ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ର ତଥ୍ୟ ଆମର ହସ୍ତଗତ ହୋଇଛି। ଯାହାକି ଆଗାମୀ ସମୟରେ ଆଣିବୁ ଆମେ ଲୋକ ଲୋଚନକୁ ଓ ଆବଶ୍ୟକ ସ୍ଥଳେ ଉଚ୍ଚନ୍ୟାଳୟ ର ଦ୍ବାରସ୍ଥ ହେବାକୁ ପଛଘୁଞ୍ଚା ଦେବୁନାହିଁ ଲୋକଙ୍କ ସ୍ୱାର୍ଥରେ। ଆସନ୍ତୁ ଦେଖିବା କିଛି ଅଭିଯୋଗ ଓ ଲୋକଙ୍କ ଦୁର୍ଦ୍ଦଶା ଏହି ରୁଙ୍ଗଟା କମ୍ପାନୀ ଦୟରେ ଯାହା ଅଞ୍ଚଳ ବାସିନ୍ଦା ଭୋଗ କରୁଥିବା ଅଭିଯୋଗ ହୁଏ । ଏହାତ ଆରମ୍ଭ ମାତ୍ର ଅନେକ କେଳେଙ୍କାରି ଲମ୍ଭା ଚିଠା ରହିଛି ଏହି ରୁଙ୍ଗଟା କମ୍ପାନୀର ଖାଲି କେନ୍ଦୁଝର ଜିଲ୍ଲା ନୁହେଁ??? ଆଗାମୀ ସମୟରେ ଏହି ରୁଙ୍ଗଟା କମ୍ପାନୀର ଅସଲ ମୁଖା ଆଣିବୁ ଆମେ ଲୋକ ଲୋଚନକୁ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




