ଭଟଲି ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲା ଭଟଲି ରେ ବରିଷ୍ଠ ନାଗରିକ ସଙ୍ଘ, ଭୁଲିଆ ସମାଜ ଏବଂ ଭଟଲି ହାଇସ୍କୁଲ ର ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ 163 ତମ ଜୟନ୍ତୀ ଉତ୍ସବ ଅବସର ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଭଟଲି ହାଇସ୍କୁଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଶ୍ରୀମତୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ଯ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିବାବେଲେ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଭଟଲି ସତୀହାରୀ ବାଳିକା ହାଇସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ କବିତା ପଠନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଶ୍ରୀ ମତି ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ଙ୍କ କବିତା ପଠନ କରିଥିବା ବେଲେ ମୁଖ୍ୟବକ୍ତା ତଥା ସାହିତ୍ୟ କଥାବାଚକ, ବେଲପାହାଡ ର ସୁରେଶ ପଧାନ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ସୁଦାମ ମେହେର, ଶ୍ରୀ ଜଗଦୀଶ ସାହୁ, ଶ୍ରୀ କେଦାର ମିଶ୍ର, ଶ୍ରୀ ଶ୍ରବଣ ସାହୁ, ଶ୍ରୀ ଗୋବିନ୍ଦ ଦାସ ମଂଚାସୀନ ଥିବା ସମୟରେ ଶ୍ରୀ ସତ୍ୟନନ୍ଦ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ମୋତିଲାଲ ବନଛୋର ସଂଯୋଜନା କରିଥିବା ବେଳେ ଭୁଲିଆ ସମାଜ ତରଫରୁ ବିଜୟ ମେହେର ସହଯୋଗ କରିଥିଲେ l ସଭା ଶେଷରେ ସନ୍ତୋଷ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।




