
ସଞ୍ଜୀବ କୁମାର ନାଏକଙ୍କୁ ରେମୁଆଁ ଯୁବଜ୍ୟୋତି କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା
ଶ୍ରୀ ସଞ୍ଜୀବ କୁମାର ନାଏକ, ବେସାମରିକ ପ୍ରତିରକ୍ଷା ସଂଗଠନ ତାଳଚେରରେ ସ୍ୱେଚ୍ଛାସେବୀ ଭାବେ ୧୯୯୧ ମସିହାରେ ଯୋଗଦାନ କରି ବିଗତ ୩୩ ବର୍ଷ ଧରି ନିଃସ୍ୱାର୍ଥପର ସେବା ପ୍ରଦାନ କରିଆସୁଛନ୍ତି ।

ସେ ୨୦୧୭ ଓ ୨୦୨୪ ପଞ୍ଚାୟତ ଏବଂ ଲୋକସଭା ନିର୍ବାଚନ ରେ ଆଇନ ଓ ଶୃଙ୍ଖଳା ଦାୟିତ୍ଵ ନିର୍ବାହ କରିବା ସହିତ ରକ୍ତ ଦାନ ଶିବିର, ପୋଲିଓ ପ୍ରତିଷେଧକ ଟୀକାକରଣ, ସ୍ୱାକ୍ଷରତା ଅଭିଯାନ ଇତ୍ୟାଦି ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ତାଙ୍କର ଅଙ୍ଗୀକାର ବଦ୍ଧତା ମଧ୍ୟ ପ୍ରଶଂସନୀୟ । କୋଭିଡ-୧୯ ଦ୍ୱାରା ବ୍ୟାପୁଥିବା ମହାମାରୀର ନିରାକରଣ ଓ ଲୋକମାନଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ପୁରୀ ରେ ୨୦୧୫ ରେ ହୋଇଥିବା ନବକଳେବର ମହୋତ୍ସବରେ ତାଙ୍କର ଅଙ୍ଗୀକାର ବଦ୍ଧତା ମଧ୍ୟ ପ୍ରଶଂସନୀୟ ।
ଶ୍ରୀ ନାଏକଙ୍କର ଏତାଦୃଶ ଉଲ୍ଲେଖନୀୟ ସେବାପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି ମହୋଦୟା ତାଙ୍କୁ ୨୦୨୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ “ପ୍ରଶଂସନୀୟ ସେବା ପଦକ” ପ୍ରଦାନ କରିଛନ୍ତି ।

ଏବଂ ଏହା ସହିତ ରାଜ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ସ୍ୱରୂପ ତାଙ୍କୁ ୭,୫୦୦/- ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ଯୁବଜ୍ୟୋତି କ୍ଲବ୍ , ରେମୂଆଁ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ୍ କରି ସମ୍ମାନିତ କରଯାଇଥିଲା। ଏହି ସମ୍ବର୍ଦ୍ଧନା ସଭା ସରୋଜିନୀ ସିଂ ଙ୍କ ନେତୃତ୍ୱ ଓ ସମସ୍ତ ୱାର୍ଡ କାଉନସିଲର୍ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଲକ୍ଷ୍ମଣ ନାହାକ, ଟିକନ୍ ନାଏକ୍ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।




