ଗାଁରେ ପଶି ଗୋଠ ଛଡ଼ା ଦନ୍ତା ହାତୀର ତାଣ୍ଡବ ଲୀଳା।
ଚାଷୀଙ୍କ ଚିନ୍ତା ବଢାଇଲେ ହାତୀପଲ।

ଚାଷୀଙ୍କ ଚିନ୍ତା ବଢାଇଲେ ହାତୀପଲ। ଗୋଠ ଛଡା ଦନ୍ତା ର ତାଣ୍ଡବ ଲୀଳା ଗାଁ ରେ ପଶି ଘଟାଇଛି ତୁମୁଳ କାଣ୍ଡ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଆତଙ୍କ।ତିରିସ୍ ଟିକିଆ ହାତୀ ପଲ ପୁଣି ଚମ୍ପୁଆ ଅଞ୍ଚଳ କୁ ଲେଉଟି ଥିବା ବେଳେ ସେଥି ମଧ୍ୟରୁ ଏକ ଗଠ ଛଡ଼ା ଦନ୍ତା ହାତୀ ଅଲଗା ହୋଇ ଗତକାଲି ଉଖୁଣ୍ଡା ସେକ୍ସନ ର ବରପଦା ଗ୍ରାମ ରେ ବ୍ୟାପକ କ୍ଷୟ କ୍ଷତି ଘଟାଇ ଥିବା ନେଇ ସୂଚନା l ପଡୁଆ ଗ୍ରାମ୍ୟ ସୀମାକୁ ଯାଇଥିବା ହାତୀଟି ବିଳମ୍ୱିତ ରାତିରେ ବରପଦା ଗ୍ରାମକୁ ଆସି ଘନଶ୍ୟାମ ମହାନ୍ତ ଙ୍କ ଘର ଭିତରକୁ ପଶି ଧାନ, ଚାଉଳ ଖାଇ ବିଞ୍ଚି ଦେଇଥିବା ବେଳେ ଗାଡ଼ି, ହାଣ୍ଡି, ଡେକଚି, ସାଇକଲ, ବାଇକ୍ ଭାଙ୍ଗିବା ସହ ଶୋଇବା ପଲଙ୍କ କୁ ମଧ୍ୟ ଭାଙ୍ଗି ଦେଇଛି l

ଏ ନେଇ ଆଖ ପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସମୟ ରେ ଧାନ ବିଲ ରେ ଚାଷୀ ଧାନ ରୁଈ ଆଗାମୀ ସମୟ ରେ ଅମଳ କରିବାକୁ ମନେ ମନେ ବିଚାରି ଥିବା ବେଳେ ଏହି ହାତୀ ପଲ ଲେଉଟି ଥିବାରୁ ଆଗାମୀ ଦିନରେ ଚାଷ ଜମିକୁ କିପରି ଚାଷୀ ସୁରକ୍ଷା ଦେବ ଏବଂ ଅମଳ କିପରି କରିବ ସେ ନେଇ ଚିନ୍ତା ରେ ରହିଛନ୍ତି ଚାଷୀ କୂଳ …।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




