“ବେଲପାହାଡ଼ ପୌର ପରିଷଦରେ କୋଟି କୋଟି ଟଙ୍କାର ଦୁର୍ନୀତି ଘଟଣା ଫର୍ଦାଫାଶ”:: ପୌର ଆକାଉଣ୍ଟଟାଣ୍ଟ ବିଭୂତି ସାହୁ ଗିରଫ, ପ୍ରଶାସନ ହାତରେଛୋଟ ମାଛ? ବଡ଼ ମାଛ କେବେ ଜାଲରେ.?
::ତା:୧୯/୮/୨୦୨୫: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌର ପରିଷଦରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଘଟଣାକୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୌର ପରିଷଦରେ ପ୍ରାୟ ୪ କୋଟି ଟଙ୍କା ହେରଫେର ହୋଇଥିବା ଅନୁମାନ କରାଯାଇଛି। ଏନେଇ ସ୍ଵତନ୍ତ୍ର ଅଡିଟ ସମାପ୍ତ ହେବା ପରେ ପ୍ରକୃତ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଜଣାପଡ଼ିଛି। ଏନେଇ ସ୍ୱତନ୍ତ୍ର ଅଡିଟ ଦଳ ବେଲପାହାଡ଼ ପୌର କାର୍ଯ୍ୟାଳୟରେ ଅଡିଟ ଜାରି ରଖିଥିବା ବେଳେ ପୁଲିସ ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ସୋମବାର ବେଲପାହାଡ଼ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନଙ୍କ ଅଭିଯୋଗ ପରେ ବେଲପାହାଡ଼ ଥାନାରେ ପୁଲିସ କେସ ନମ୍ବର ୧୭୮/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ପୁଲିସ ପୌର ପରିଷଦରେ କାର୍ଯ୍ୟରତ ଆକାଉଣ୍ଟଟାଣ୍ଟ ପୁରୀ ଜିଲାର ମୂଳ ବାସିନ୍ଦା ବିଭୂତି ସାହୁ (୩୭)କୁ ଗିରଫ କରି ଆଜି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ହୋଇଥିବା ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟଟାଣ୍ଟ ବିଭୂତି ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ନିର୍ଦ୍ଧାରିତ କାର୍ଯ୍ୟ ଗୁଡ଼ିକର ସ୍ୱତନ୍ତ୍ର ଫଣ୍ଡକୁ ଅନ୍ୟ କାର୍ଯ୍ୟରେ ସରକାର ଅବା ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ବେଆଇନ ବିନିଯୋଗ କରିବା ଓ ଟଙ୍କା ପୈଠ କରାଯାଇଥିବା ପ୍ରକଳ୍ପ କାର୍ଯ୍ୟ ଅନୁଯାୟୀ ସଠିକ ଭାବେ ଆବଶ୍ୟକ ପ୍ରମାଣପତ୍ର ନଥିବା ତଥା ସରକାରୀ ଟଙ୍କାର ଅପବ୍ୟବହାର କରିଥିବା ଭଳି ପୌର ଆକାଉଣ୍ଟଟାଣ୍ଟ ବିଭୂତି ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଅର୍ଥ ହେରଫେର ଘଟଣାରେ ଆହୁରି ଅନେକ କର୍ମଚାରୀଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଏପରିକି ଅଭିଯୁକ୍ତ ଆକାଉଣ୍ଟଟାଣ୍ଟ ବିଭୂତି ସାହୁ କିଛି ଦିନ ପୂର୍ବରୁ ଅଫିସ ଆସୁନଥିବାବେଳେ ଆକାଉଣ୍ଟ ବିଭାଗରେ ତାଲା ଝୁଲୁଥିଲା। ଗତ କିଛି ଦିନ ହେବ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଆକାଉଣ୍ଟ ବିଭାଗର ତାଲା ଭଙ୍ଗା ଯାଇଥିଲା। ଏହି ସମୟରେ ନଗରପାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କେତେକ କାଉନସିଲର ମଧ୍ୟ ଉପସ୍ଥିତ ରହିଥିଲେ। ଆକାଉଣ୍ଟ ବିଭାଗର ସମସ୍ତ କାଗଜପତ୍ର ତଦାରଖ କରାଯାଇଥିଲା। ତେବେ ଛୋଟ ମାଛ ଭାବେ ବର୍ତ୍ତମାନ କେବଳ ଜଣେ ଆକାଉଣ୍ଟଟାଣ୍ଟଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ବଡ଼ ମାଛକୁ ଗିରଫ କରାଯିବା କି ନାହିଁ ସେନେଇ ବର୍ତ୍ତମାନ ସର୍ବତ୍ର ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟ ପଟରେ ଗତକାଲି ସୋମବାର ଦିନଠାରୁ ଦୁଇ ଜଣିଆ ସ୍ୱତନ୍ତ୍ର ଅଡିଟ ଦଳ ବେଲପାହାଡ଼ ପୌର କାର୍ଯ୍ୟାଳୟକୁ ପହଞ୍ଚି ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ହୋଇଥିବା ବିଭିନ୍ନ ପାଣ୍ଠି ସମ୍ପର୍କିତ ଆୟ ଓ ବ୍ୟୟର ଅଡିଟ ଆରମ୍ଭ କରିଛନ୍ତି। ଏହି ସ୍ୱତନ୍ତ୍ର ଅଡିଟ ଦଳ ବିଭିନ୍ନ ପୌର ବିଭାଗୀୟ କର୍ମଚାରୀଙ୍କୁ ପଚରାଉଚରା, କାଗଜପତ୍ର ତଦାରଖ ସହ ବନ୍ଦ ଥିବା ବିଭିନ୍ନ କୋଠରୀ ଖୋଲି ତଦନ୍ତ ଜାରି ରଖିଛି। ଏହି ଅଡିଟ ଦଳରେ ଅଡିଟ ଅଧିକାରୀ ମନୋରଞ୍ଜନ ବେହେରା ଏବଂ ଅଡିଟର ଅରବିନ୍ଦ ସାମନ୍ତା ସାମିଲ ରହିଥିବା ଜଣାପଡିଛି। ବେଲପାହାଡ଼ ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବାନେଇ ବେଲପାହାଡ଼ ନଗରପାଳ ମଧ୍ୟ ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ବେଲପାହାଡ଼ ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିବା ପ୍ରକାଶ କରିଛନ୍ତି। ଏହି ଘୋର ଦୁର୍ନୀତି ତଥା ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପବ୍ୟବହାର ହୋଇଥିବା ସମସ୍ତ ସରକାରୀ ଅର୍ଥ ପରିଶୋଧ କରିବା ଦିଗରେ ସରକାର ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବେଲପାହାଡ଼ ଅଞ୍ଚଳବାସୀଙ୍କ ସାଧାରଣରେ ପ୍ରଶ୍ନ ଉଠୁଛି ଦୁର୍ନୀତି ରେ ଥିବା ବଡ଼ ବଡ଼ ମୁଣ୍ଡ କେବେ ପଦାରେ ପଡ଼ିବ ସେ ନେଇ ଚାହିଁ ରହିଛନ୍ତି ଅଞ୍ଚଳ ବାସୀ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


