ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଫୋନ କରି ଖୋଜଖବର ନେଇଛନ୍ତି। ନବୀନ ପଟ୍ଟନାୟକ ଡିହାଇଡ୍ରେସନ ସମସ୍ୟା କାରଣରୁ ରବିବାରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ସମ ଆଲଟିମେଟ ମେଡିକେୟାରରେ ଭର୍ତ୍ତି ହୋଇଥିଲେ।
ଏହାପରେ ସେ କାଲି ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଗତକାଲି ମୋଦି ମଧ୍ୟାହ୍ନରେ ଏବଂ ଖାର୍ଗେ ସଂଧ୍ୟାରେ ନବୀନଙ୍କୁ ଫୋନ କରି ତାଙ୍କ ସୱାସ୍ଥ୍ୟ ବିଷୟରେ ପଚାରିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୋଦି ନବୀନଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ଶୀଘ୍ର ଦିଲ୍ଲୀରେ ସାକ୍ଷାତ କରିବାକୁ ନିମନ୍ତ୍ରଣ କରିଛନ୍ତି।ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ପ୍ରଧାନମନ୍ତ୍ରୀ ମୋଦି, ରାଜନାଥ ସିଂ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜ୍ଜୁର୍ନ ଖାର୍ଗେଙ୍କ ଫୋନ କଲ ନବୀନଙ୍କ ସ୍ବାସ୍ଥ୍ୟ ପାଇଁ ଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନ ଆଡକୁ ମଧ୍ୟ କିଛି ସଙ୍କେତ ଦେଉଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


