ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ରାଜ୍ୟରେ ବାରମ୍ବାର ବିଭିନ୍ନ ଘଟଣାମାନ ସାମ୍ନାକୁ ଆସୁଥିବା ବେଳେ ସରକାରଙ୍କ ବଡ ପଦକ୍ଷେପ ନେଇଛନ୍ତି। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ବୈଠକ ପରେ ପାରା ଲିଗାଲ ଭଲ୍ୟୁଣ୍ଟର ନିଯୁକ୍ତିକୁ ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ।
ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ ।ଆଇନ୍ ମନ୍ତ୍ରୀ କହିଛନ୍ତି ମହିଳା ଓ ଶିଶୁ ସୁରକ୍ଷା ନେଇ ପ୍ରତି ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟର ନିଯୁକ୍ତ ହେବେ। ଗାଁର ସାଧାରଣ ଓ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ପାଇଁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନିର୍ଯାତନାର ଶିକାର ହେଲେ ପ୍ରଥମେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ଜଣାଇବେ । ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ପୀଡ଼ିତାଙ୍କୁ ସାହାଯ୍ୟ କରିବେ । ସେମାନେ ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଏହା ସହ ମହିଳାଙ୍କୁ ସଚେତନ କରାଯିବ, ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ୍ କରାଯିବ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


