ଜଙ୍ଗଲି ହାତୀଙ୍କୁ ଦେଖିବା ପଡ଼ିଲା ମହଙ୍ଗା, ଦନ୍ତା ପାଦତଳେ ଗଲା ଜୀବନ।ଜଙ୍ଗଲି ହାତୀଙ୍କୁ ଦେଖି ଆନନ୍ଦ ଉଠାଇବା ପଡ଼ିଲା ମହଙ୍ଗା । ଦନ୍ତା ହାତୀ ପାଦତଳେ ପଡି ଜୀବନ ଗଲା।ହାତୀ ଦେଖିବାକୁ ଆସି ହାତୀ ହାବୁଡରେ ପଡି ଯୁବକଙ୍କ ଜୀବନ ଚାଲି ଯାଇଥିବା ନେଇ ସୂଚନା l ଧାନ କିଆରିରେ ଯୁବକ ଙ୍କୁ ଦଳିଦେଲା ଦନ୍ତା l କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୂଇଁପୁର ଗାଁ ରେ ଘଟିଛି ଏହି ଅଘଟଣ l ଭୂଇପୁର ନିକଟରେ ଆଜି ଗେlଠଛଡା ଦନ୍ତା ହାତୀଟି ଥିବାବେଳେ ହାତୀ ଦେଖିବାକୁ ଆସିଥିଲେ ପାଟଣା ବ୍ଲକ ଖିରେଇଟାଗିଂରି ବାଘମରା ଗାଁ ରମୁ ମହାନ୍ତ l ସେ କିଛି ଯୁବକଂ ସହିତ ହାତୀ ଦେଖିବାକୁ ଆସି ହାତୀ ଦେଖୁଥିବା ବେଳେ ହାତୀ ଗେlଡାଇବାରୁ ରମୁ ମହାନ୍ତ ତଳେ ପଡିଯାଇଥିଲା ହାତୀଟି ତାକୁ ଧାନ ବିଲରେ କାଦୁଅ ଭିତରେ ଦଳି ଦେଇଥିଲା ଘଟଣା ସ୍ଥଳରେ ତାକଂ ମୣତ୍ୟୁ ଘଟିଛି ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ତେବେ ଗାଁ ଜଙ୍ଗଲରେ ହାତୀ ପଲ ଡେରା ପକାଇଥିବା ସୂଚନା, ଟିକିଏ ଅସାବଧାନତା ଯୋଗୁ ଚାଲିଗଲା ଯୁବକଙ୍କ ଜୀବନ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

April 12, 2026/
No Comments


